fbpx

ସରକାରୀ ଭାବେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ

ନୂଆଦିଲ୍ଲୀ, ୧୦ା୧: ଆଜିଠୁ ସରକାରୀ ଭାବେ ସାରା ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ । ଗେଜେଟ ଅଫ୍ ଇଣ୍ଡିଆରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଅଧି ସୂଚନା ଜାରି ହୋଇଛି । ସିଏଏ ନେଇ ଦେଶରେ କେତେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହାସହ ହିଂସାକାଣ୍ଡ, ବିକ୍ଷୋଭ ଦେଖିବାକୁ ମିଳିଥିଲା ।
ନାଗରିକତା ସଂଶୋଧନ ବିଲ ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ ପାସ ହୋଇଥିଲା । ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଲ୍ ଉପରେ ମୋହର ମାରିବା ପରେ ଏହା ଆଇନରେ ପରିଣତ ହୋଇଥିଲା ।

Get real time updates directly on you device, subscribe now.