fbpx

ସିଏଏ ବିରୋଧୀ ସଭା ଓ ଶୋଭାଯାତ୍ରା ଉପରେ କଟକଣା ଲାଗୁ

ଭଦ୍ରକ, ୨୭ା୨(ଓଡ଼ିଶା ଭାସ୍କର): ଭଦ୍ରକରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଦ୍ୱାରା ହେବାକୁ ଥିବା ସଭା ଉପରେ କଟକଣା ଲାଗୁ କରାଯାଇଛି । ଏନଆରସି ଓ ସିଏଏକୁ ବିରୋଧ କରି ଲୋକମାନେ ଧାରଣାରେ ବସିଥିଲେ । କିନ୍ତୁ ଆଜି ସମସ୍ତ ସଭା ଓ ଶୋଭାଯାତ୍ରା ଉପରେ କଟକଣା ଲଗାଇଛି ପୋଲିସ । ସେହି ସଭାରେ ଜେଏନୟୁରୁ ୪ଛାତ୍ର ନେତା ଯୋଗ ଦେଇଥାନ୍ତେ । କିନ୍ତୁ ଚାରି ଛାତ୍ର ନେତାଙ୍କ ଭଦ୍ରକ ଗସ୍ତ ଉପରେ କଟକଣା ଲାଗୁ କରାଯାଇଛି ।

ପ୍ରାୟ ୧ମାସ ହେବ ପୁରୁଣା ବଜାର ମଦିନା ମୈଦାନରେ ସତ୍ୟାଗ୍ରହ ଚାଲିଛି । ଏନେଇ ସେହି ଘଟଣାସ୍ଥଳରେ ୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ସୋସିଆଲ ମେଡ଼ିଆରେ ବିବାଦୀୟ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିବାଦୀୟ ପୋଷ୍ଟ କରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉତ୍ତରାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.