fbpx

୧୫ ଦିନ ଧରି ବିଜୁ ଜୟନ୍ତୀ ପାଳିବ ବିଜେଡି

ଭୁବନେଶ୍ୱର,୨୭ ।୨(ଓଡିଶା ଭାସ୍କର): ଆସନ୍ତା ମାର୍ଚ୍ଚ ୫ରୁ ୧୫ ଦିନ ଧରି ବିଜୁ ଜୟନ୍ତୀ ପାଳିବ ବିଜେଡି । ବିଜେଡିର ୨୦ ବର୍ଷର ସଫଳତା ଓ ବିଜୁବାବୁଙ୍କ ଅବଦାନର ପ୍ରଚାର କରାଯିବ । ମାର୍ଚ୍ଚ ୫ରେ କଟକରେ ଏନେଇ ଏକ ବିଶାଳ ସମାବେଶ ହେବ । ଏଥିରେ ଆୟୋଜିତ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୨୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି । ୧୫ ଦିନ ଧରି ନିର୍ବାଚନମଣ୍ଡଳୀ ସ୍ତରରେ ମହିଳା ସମ୍ମିଳନୀ ହେବ । ସଫଳ ମହିଳାଙ୍କୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ସମ୍ମାନିତ କରାଯିବ ।

Get real time updates directly on you device, subscribe now.