fbpx

ନାଗରିକତା ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ବି ବିରୋଧ

କଟକ, ୧୬ା୧୨(ଓଡ଼ିଶା ଭାସ୍କର): ନାଗରିକତା ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ମଧ୍ୟ ବିରୋଧ ଦେଖାଦେଇଛି । ଆଇନକୁ ବିରୋଧ କରିଛି କଟକର ମୁସଲିମ ସୁରକ୍ଷା ମଞ୍ଚ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନକାରୀ । ଆସନ୍ତାକାଲି ଭୁବନେଶ୍ୱରରେ ମୁସଲିମ ସଙ୍ଘ ପ୍ରତିବାଦ କରିବ ବୋଲି ସୂଚନା ମିଳିଛି ।

ଏହି ବିଲ୍ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ୍, ଖ୍ରୀଷ୍ଟିଆନ, ପାର୍ସୀ ଓ ଜୈନ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । କିନ୍ତୁ ସେଥିରେ ମୁସଲିମ ମାନଙ୍କୁ ନାଗରିକତା ଦିଆଯିବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ବିଲ ଲୋକସଭାରେ ବହୁ ମତରେ ପାରିତ ହେବା ପରେ ରାଜ୍ୟସଭାରେ ମଧ୍ୟ ବହୁ ତର୍କ ବିତର୍କରେ ପରେ ମଧ୍ୟ ବିଲଟି ପାସ ହୋଇଥିଲା । ନାଗରିକତା ସଂଶୋଧନ ବିଲ ଉପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମୋହର ମାରିବା ପରେ ତାହା ଆଇନରେ ପରିଣତ ହୋଇଯାଇଛି । ଏନେଇ କେତେକ ଜାଗାରେ ଅସନ୍ତୋଷ ସହ ଅଶାନ୍ତି ମଧ୍ୟ ଦେଖା ଦେଇଛି । ପଶ୍ଚିମବଙ୍ଗ, ତ୍ରିପୁରା, ଆସାମ ରେ ବିରୋଧ କରିବା ପରେ ଆଜି ଓଡିଶା ରେ ମଧ୍ୟ ବିରୋଧ କରାଯାଇଥିବା ଦେଖା ଦେଇଛି ।

Get real time updates directly on you device, subscribe now.