fbpx

୩ ମାସରେ ପଦବୀ ପୂରଣ ନିର୍ଦ୍ଦେଶ: ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୬ ।୧୨(ଓଡିଶା ଭାସ୍କର): କେନ୍ଦ୍ର ଓ ରାଜ୍ୟ ସୂଚନା ଆୟୋଗରେ ପଦବୀ ଖାଲି ପଡିବା ମାମଲାରେ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ । ୩ ମାସ ଭିତରେ ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୂଚନାଧିକାର କର୍ମୀ ନାଁରେ ବ୍ୟବସାୟ ଓ ବ୍ଲାକମେଲକୁ ମଧ୍ୟ ସୁପ୍ରିମକୋର୍ଟ ନିନ୍ଦା କରିଛନ୍ତି ।

ଅନ୍ୟପଟେ ପୋକସୋ କୋର୍ଟ ପ୍ରତିଷ୍ଠା ନେଇ ରାଜ୍ୟଗୁଡିକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ଫେବୃୟାରି ସୁଦ୍ଧା ପୋକସୋ କୋର୍ଟ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୩ ଶହରୁ ଅଧିକ ପୋକସୋ ମାମଲା ଥିବା ଜିଲ୍ଲାରେ କୋର୍ଟ ପ୍ରତିଷ୍ଠା ହେବ । ଏପରି ଜିଲ୍ଲାରେ ୨ଟି ଲେଖାଁଏ ପୋକସୋ କୋର୍ଟ ପ୍ରତିଷ୍ଠା ହେବ । କେବଳ ନାବାଳିକା ନିର୍ଯାତନା ମାମଲାର ବିଚାର କରିବ କୋର୍ଟ । ପୂର୍ବରୁ ଶତାଧିକ ମାମଲା ଥିବା ଜିଲ୍ଲାରେ କୋର୍ଟ ଗଠନର ନିର୍ଦ୍ଦେଶ ରହିଥିଲା ।

Get real time updates directly on you device, subscribe now.