fbpx

ନାଗରିକତା ସଂଶୋଧନ ଆଇନ: ଥମିବାର ନାଁ ନେଉ ନାହିଁ ହିଂସା

ନୂଆଦିଲ୍ଲୀ, ୧୭ା୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ଥମିବାର ନାଁ ନେଉନାହିଁ ହିଂସା କାଣ୍ଡ। ଦିଲ୍ଲୀ ଜାଫରାବାଦ, ସିଲମପୁରରେ ମଧ୍ୟ ଏହି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଦେଖାଦେଇଛି । ୨ଟି ବସରେ ଭଙ୍ଗାରୁଜା କରିଛନ୍ତି ବିକ୍ଷୋଭ ପ୍ରଦର୍ଶନକାରୀ । ସେହିପରି ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାରେ ମଧ୍ୟ ବିକ୍ଷୋଭ ଓ ହିଂସା ଦେଖା ଦେଇଛି । ଚାରିଆଡ଼େ ଭଙ୍ଗାରୁଜା ସାଙ୍ଗକୁ ପୋଡ଼ାଜଳା ହୋଇଛି ।

ଏହି ବିଲ୍ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ୍, ଖ୍ରୀଷ୍ଟିଆନ, ପାର୍ସୀ ଓ ଜୈନ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । କିନ୍ତୁ ସେଥିରେ ମୁସଲିମ ମାନଙ୍କୁ ନାଗରିକତା ଦିଆଯିବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ବିଲ ଲୋକସଭାରେ ବହୁ ମତରେ ପାରିତ ହେବା ପରେ ରାଜ୍ୟସଭାରେ ମଧ୍ୟ ବହୁ ତର୍କ ବିତର୍କରେ ପରେ ମଧ୍ୟ ବିଲଟି ପାସ ହୋଇଥିଲା । ନାଗରିକତା ସଂଶୋଧନ ବିଲ ଉପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମୋହର ମାରିବା ପରେ ତାହା ଆଇନରେ ପରିଣତ ହୋଇଯାଇଛି । ଏନେଇ କେତେକ ଜାଗାରେ ଅସନ୍ତୋଷ ସହ ଅଶାନ୍ତି ମଧ୍ୟ ଦେଖା ଦେଇଛି ।

Get real time updates directly on you device, subscribe now.