fbpx

ଆସାମରେ ଇଣ୍ଟରନେଟ୍ ସେବା ବନ୍ଦ, ଜମ୍ମୁରୁ ଆସାମ ଗଲେ ଯବାନ

ଆସାମ,୧୧ ।୧୨: ନାଗରିକ ସଂଶୋଧନ ବିଲକୁ ଆସାମରେ ତୀବ୍ର ବିରୋଧ କରାଯାଉଛି । ଏନେଇ କାମରୁପ ଜିଲ୍ଲା ସହ ଲକ୍ଷ୍ମୀପୁର, ତିନି ସୁକିଆ, ଗୋଲାଘାଟ ଭଳି ୧୦ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ଆଜି ସନ୍ଧ୍ୟା ୭ଟାରୁ କାଲି ସନ୍ଧ୍ୟା ୭ଟା ଅର୍ଥାତ୍ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଉଛି । ସ୍ଥିତି ସ୍ୱାଭାବିକ ହେବାରୁ ଗୌହାଟିରେ କର୍ଫ୍ୟୁ ଜାରି କରିଛି ପ୍ରଶାସନ ।

ଅନ୍ୟପଟେ ଆସାମର ଦିଶପୁର ସ୍ଥିତ ଜନତା ଭବନ ନିକଟରେ ଏକ ବସରେ ବିକ୍ଷୋଭକାରୀ ନିଆଁ ଲଗାଇ ଜାଳି ଦେଇଥିବା ବେଳେ ଆସାମ ବିଧାନସଭା ସାମ୍ନାରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁରୁ ଆସାମକୁ ଅଧିକ ଯବାନ ପଠାଇଛି ପ୍ରଶାସନ ।

Get real time updates directly on you device, subscribe now.