fbpx

ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ,୧୧ ।୧୨: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଆଜି ଆରମ୍ଭ ହୋଇଯାଇଛି । ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଛି ୱେଷ୍ଟଇଣ୍ଡିଜ୍ । ପ୍ରଥମେ ବ୍ୟାଟିଂ କରିବାକୁ ଯାଉଥିବା ଭାରତୀୟ ଦଳରେ ୨ଟି ପରିବର୍ତ୍ତନ ହୋଇଛି । ଆଜି ଟିମରୁ ବାଦ୍ ପଡିଛନ୍ତି ଜାଡେଜା ଓ ଚହଲ । ତାଙ୍କ ବଦଳରେ ଆଜି ଖେଳିବେ ମହମ୍ମଦ ସାମି ଓ କୁଳଦୀପ ଯାଦବ ।

ତେବେ ଯୁବ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟରେ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଛି । ଆଜି ମ୍ୟାଚରେ ଉଭୟ ଦଳ ପାଇଁ ସିରିଜ୍ ଜିତିବାର ସୁଯୋଗ ରହିଛି।

Get real time updates directly on you device, subscribe now.