fbpx

ସମର୍ଥନ ଦେଉଛୁ, ସଂଶୋଧନ କର: ବିଜେଡି

ନୂଆଦିଲ୍ଲୀ,୧୧ ।୧୨: ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିଛି ବିଜେଡି । ଏନେଇ ବିଜେଡି ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଲୋକସଭା ଭଳି ରାଜ୍ୟ ସଭାରେ ବି ଆମର ନିଷ୍ପତ୍ତି ଅପରିବର୍ତ୍ତିତ ରହିବ ।’

କିନ୍ତୁ ବିଲରେ କେତେକ ସଂଶୋଧନ ପାଇଁ ବିଜୁ ଜନତା ଦଳ ଦାବି କରିଛି । ବିଲରେ ଶ୍ରୀଲଙ୍କାକୁ ମଧ୍ୟ ସାମିଲ କରିବାକୁ ପ୍ରସନ୍ନ ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଏହି ବିଲ୍ ଲୋକସଭାରେ ବହୁମତରେ ପାରିତ ହୋଇଥିଲା । ବିଲ୍ ଉପସ୍ଥାପନ କରିବା ସପକ୍ଷରେ ୨୯୩ଟି ଭୋଟ୍ ପଡ଼ିଥିଲା । ସେହିପରି ବିଲ୍ ବିପକ୍ଷରେ ୮୨ଟି ଭୋଟ୍ ପଡ଼ିଥିଲା । ସଂସଦରେ ସେତେବେଳେ ୩୭୫ଜଣ ସଦସ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.