fbpx

DAVକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର,୧୧ା୧୨(ଓଡ଼ିଶା ଭାସ୍କର): ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଶତପଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ ଜାରି କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ୨୦୧୮-୨୦ ଯାଏ ଶିକ୍ଷା ଅଧିକାର ଉଲ୍ଲଙ୍ଘନ ଅଭିଯୋଗରେ ନୋଟିସ ଜାରି ହୋଇଛି । EWS କୋଟାରେ ସାଧାରଣ ବର୍ଗର ପିଲାଙ୍କ ନାଁ ଲେଖା ନେଇ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଡିସେମ୍ବର ୨୦ସୁଦ୍ଧା ଜବାବ ଦାଖଲ ପାଇଁ OSCPCRଙ୍କ ନିର୍ଦ୍ଦେଶ ହୋଇଛି । ଶିକ୍ଷା ଅଧିକାର ଉଲ୍ଲଙ୍ଘନର ଅଭିଯୋଗ ଆଣିଥିଲା ରାଜ୍ୟ ଅଭିଭାବକ ସଙ୍ଘ ।

Get real time updates directly on you device, subscribe now.