fbpx

ଭଙ୍ଗା ହେଲା ବିଧାୟକଙ୍କ କ୍ୱାର୍ଟର୍ସ

ଭୁବନେଶ୍ୱର,୧୧ ।୧୨(ଓଡିଶା ଭାସ୍କର): ବିଧାନସଭା ଆଗରୁ ଭଙ୍ଗା ହେଲା ବିଧାୟକଙ୍କ କ୍ୱାର୍ଟର୍ସ । ୪୨ଟି କ୍ୱାର୍ଟର୍ସ ଭାଙ୍ଗି ଗଢା ହେବ ୧୦ ମହଲା ଆପାର୍ଟମେଣ୍ଟ । ଏହା ସହ ଅତ୍ୟାଧୁନିକ ଉଦ୍ୟାନ, ବ୍ୟାୟାମଶାଳା, ପାର୍କିଂ ଓ ସନ୍ତରଣାଗାର ନିର୍ମାଣ ହେବ । ଭଙ୍ଗାଯିବାକୁ ଥିବା ୪୨ଟି କ୍ୱାର୍ଟର୍ସ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୩ଟି ଖାଲି ହୋଇଛି । ସପ୍ତାହେ ମଧ୍ୟରେ ଅନ୍ୟମାନେ କ୍ୱାର୍ଟର୍ସ ଛାଡିବାକୁ ନିର୍ଦ୍ଦେଶ ହୋଇଛି ।

ତେବେ ନୂଆ ବିଧାୟକମାନଙ୍କ ପାଇଁ ୭୨ଟି D-ଟାଇପ୍ କ୍ୱାର୍ଟର୍ସ ରହିଛି । ପୁରୁଣା ବିଧାୟକ ଓ ମନ୍ତ୍ରୀମାନଙ୍କୁ GA କ୍ୱାର୍ଟର୍ସ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.