fbpx

ଦୋମୁହାଁ ସାପକୁ ଦେଖି ଲୋକେ ଭୟଭୀତ, ଚମତ୍କାର କହି ପିଆଇଲେ କ୍ଷୀର

ସାପ ତ ସମସ୍ତେ ଦେଖିଥିବେ, କିନ୍ତୁ ଦୋମୁହାଁ ସାପକୁ କେବେ ଆପଣ ଦେଖିଛନ୍ତି କି ? ଏପରି ଏକ ଦୁର୍ଲଭ ପ୍ରଜାତିର ଦୋମୁହାଁ ଥିବା ସାପ ପଶ୍ଚିମବଙ୍ଗର ମିଦାନପୁରର ଏକ ଗାଁରେ ଦେଖାଦେଇଛି । ଗାଁରେ ଏହି ସାପକୁ ଦେଖିବାକୁ ଲୋକଙ୍କ ଭିଡ ଥିବା ବେଳେ ଏହା ଏବେ କୌତୂହଳର ବିଷୟ ପାଲଟିଛି ।

ଏହି ଦୋମୁହାଁ ସାପଟି ବୈଲ୍ଦା ଜଙ୍ଗଲ ନିକଟରୁ ମିଳିଥିବା ବେଳେ ସେ ନାଜା କୌଟିୟା ପ୍ରଜାତିର ବୋଲି କୁହାଯାଉଛି । ଏହି ସାପକୁ ଦେଖିବାକୁ ପାଇଁ ବହୁ ଦୂର ଦୂର ଗାଁରୁ ଲୋକମାନେ ଧାଇଁ ଆସି ଶ୍ରଦ୍ଧାର ସହ କ୍ଷୀର ପିଆଉଛନ୍ତି ।

ତେବେ ନାଜା କୌଠିୟା ପ୍ରଜାତିର ଏହି ଦୋମୁହାଁ ସାପ ବିଷାକ୍ତ ଓ ବିପଦପୂର୍ଣ୍ଣ ହୋଇଥାଏ । ସାପଠାରୁ ଦୂରରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଏହି ସାପକୁ ନେଇ ବନ ବିଭାଗ ନିଜ ସୁରକ୍ଷାରେ ରଖିଛନ୍ତି । ପୂର୍ବରୁ ଏପରି ଦୋମୁହାଁ ସାପ ଆମେରିକାର ଜର୍ସିରେ ମିଳିଥିଲା ।

Get real time updates directly on you device, subscribe now.