fbpx

ବିଧାନସଭାରେ OBC କମିସନ ବିଲ୍ ପାରିତ

ଭୁବନେଶ୍ୱର, ୧୭ା୨: ଓଡିଶା ବିଧାନସଭାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ୍-୨୦୨୦ ଆଜି ପାରିତ ହୋଇଛି । ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ସଂକଳ୍ପ ଆଗତ କରିଥିଲେ । ସର୍ବସମ୍ମତିକ୍ରମେ ଏହି ସଂକଳ୍ପ ପାରିତ ହୋଇଛି ।
ଏହି ପରିପ୍ରେକ୍ଷୀରେ  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଏକ ଐତିହାସିକ ନିଷ୍ପତି । ଏହି ବିଲ୍ ଦ୍ୱାରା ରାଜ୍ୟ ପଛୁଆ ବର୍ଗ କମିଶନ ସର୍ଭେ କରିବେ । ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଏହି ସର୍ଭେ ହେବ । ଫେବୃଆରୀ ୧୨ ତାରିଖରେ ରାଜ୍ୟ ସରକାର ପଛୁଆ ବର୍ଗ କମିଶନ ଗଠନ କରିଥିଲେ ।
ଏହା ପୂର୍ବରୁ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ଏହି ବିଲ୍ ଆଣିଥିଲେ ଏବଂ ଆଲୋଚନା ପରେ ଏହି ବିଲ୍ ପାରିତ ହୋଇଛି ।

Get real time updates directly on you device, subscribe now.