fbpx

କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମୋହର; ୭୦ଲକ୍ଷ SHG ମହିଳା ପାଇବେ ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି କ୍ୟାବିନେଟ୍ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ହଜାରେ ଟଙ୍କା ଲେଖାଏଁ ପାଇବେ SHG ସଦସ୍ୟା। ୭୦ଲକ୍ଷ ମହିଳା ପାଇବେ ଏହି ସହାୟତା, ୟୁନିଫର୍ମ ନିମନ୍ତେ ମିଳିବ ସହାୟତା ରାଶି। ସେହିପରି ବୁଣାକରାଙ୍କୁ ଅଧିକ ସହାୟତା ଦେବାକୁ କରାଯାଇଛି ଯୋଜନା। ୨ହଜାରରୁ ୨ ହଜାର ୫୦୦ ଲେଖାଏଁ ସହାୟତା ପଇବେ ବୁଣାକାର । ୪୦ରୁ ୮୦ ବର୍ଷ ବୟସ୍କ ବୁଣାକାର ଓ କାରିଗରଙ୍କୁ ମାସିକ ୨ହଜାର ମିଳିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ୨୫୦୦ ଟଙ୍କା ମିଳିବ। ‘ନୂଆ-ଓ ଛତ୍ର ବୃତ୍ତି’କୁ ମଧ୍ୟ ମିଳିଛି କ୍ୟାବିନେଟ ମଞ୍ଜୁରି।

ପୂର୍ବ ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା । ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍‌ ମିଳିବ । ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଏହି ଟଙ୍କା ଓ ବ୍ୟାଗ୍‌ । ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ । ଯୋଜନାରେ ରାଜ୍ୟ ସରକାର ୯୫୯.୫ କୋଟି ଖର୍ଚ୍ଚ କରିବେ।

ଯୁବବର୍ଗଙ୍କ ଲାଗି ସ୍ବୟଂ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଗ୍ରାମୀଣ ଛାତ୍ର ଓ ଯୁବକଙ୍କ ଲାଗି ସୁଧ ମୁକ୍ତ ବ୍ୟାଙ୍କ ଋଣ ପ୍ରଦାନ କରାଯିବ। ୧ ଲକ୍ଷ ଟଙ୍କା ସୁଧମୁକ୍ତ ଋଣ ମିଳିବ । ୧୮ରୁ ୩୫ ବର୍ଷ ବୟସ ସୀମା ରହିଛି। ଋଣ ଶୁଝିବା ଅବଧି ୪ ବର୍ଷ ରହିବ। ଏଥିପାଇଁ ୪୪୮ କୋଟି ଟଙ୍କା ବ୍ୟୟବରାଦ ରହିଛି। ସହରାଞ୍ଚଳ ଯୁବକଯୁବତୀ ଲାଗି ଯୁବ ଉଦ୍ୟମ ସହରୀ ଯୋଜନା । ରାଜ୍ୟର ସହରାଞ୍ଚଳ ଯୁବକଯୁବତୀଙ୍କ ସୁଧମୁକ୍ତ ଋଣ ପ୍ରଦାନ କରାଯିବ । ଏସ୍‌ସି/ଏସ୍‌ଟି ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୪୦ ବର୍ଷ ରହିଛି।

Get real time updates directly on you device, subscribe now.