fbpx

ରାମ ମନ୍ଦିର ନେଇ ଟ୍ରଷ୍ଟ ବୋର୍ଡ଼ ଗଠନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ, ୫ା୨: ରାମ ମନ୍ଦିର ନେଇ ଗଠନ ହୋଇଛି ଟ୍ରଷ୍ଟ ବୋର୍ଡ଼ । ଟ୍ରଷ୍ଟ ବୋର୍ଡ଼ ଗଠନକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଥିବା ସୂଚନା ମିଳିଛି । ଲୋକସଭାରେ ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରଷ୍ଟର ନାମ ରହିଛି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ରଷ୍ଟ ଗଠନ ହେବ । ଏହି ଟ୍ରଷ୍ଟ ଭବ୍ୟ ମନ୍ଦିର ନିର୍ମାଣ ନେଇ ନିଷ୍ପତ୍ତି ନେବ । ଏହାସହ ୬୩.୦୩ ଏକର ଜମି ଟ୍ରଷ୍ଟକୁ ଟ୍ରାନ୍ସଫର କରାଯିବ । ସୁନି ୱାକଫ ବୋର୍ଡ଼କୁ ୫ଏକର ଜମି ଦିଆଯିବ ।

Get real time updates directly on you device, subscribe now.