fbpx

ଅଧା ବାଟରେ ଅଟକିଲା କେବୁଲ କାର୍: ମଝି ଆକାଶରେ ଫସିଲେ ୧୧ ପର୍ଯ୍ୟଟକ

ନୂଆଦିଲ୍ଲୀ: ମଝି ଆକାଶରେ ଅଟକିଲା କେବୁଲ କାର । ଫସିଲେ ୧୧ ପର୍ଯ୍ୟଟକ । ମଝି ଆକାଶରେ କେବୁଲ କାର ଫସିବା ଯୋଗୁଁ ପ୍ରାୟ ୧୧ ପର୍ଯ୍ୟଟକ ମଝି ଆକାଶରେ ଫସି ରହିଛନ୍ତି । ତେବେ ସେମାନଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ରେସ୍କ୍ୟୁ ଅପରେସନ୍ । ଆଉ ଜଣ ଜଣ କରି ଗୋଟିଏ ପରେ ଗୋଟିଏ ଲୋକଙ୍କ ସେଥିରୁ ଉଦ୍ଧାର କରାଯାଉଛି ।

ଏ ଦୃଶ୍ୟ ହେଉଛି ହିମାଚଳ ପ୍ରଦେଶ ସୋଲାନ ଜିଲ୍ଲାର । ହିମାଚଳ ପ୍ରଦେଶ ସୋଲନ ଜିଲ୍ଲା ଟ୍ରିମ୍ବର ଟ୍ରେଲ ରୋପୱେରେ କେବୁଲ କାରରେ ୧୧ ଜଣ ପର୍ଯ୍ୟଟକ ଫସି ରହିଛନ୍ତି ଏବଂ ଏହି ଲୋକଙ୍କ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଛି । ଫସିଥିବା ସବୁ ଲୋକ ପର୍ଯ୍ୟଟକ, ଏମାନଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ଅଛନ୍ତି ।

ସୋଲନ କଂଗ୍ରେସ ବିଧାୟକ କହିଛନ୍ତି ଯେ ଉଦ୍ଧଶର କାର୍ଯ୍ୟ ଜାରି ରହିଛି ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ । ସେନାର ସାହଯ୍ୟ ମଧ୍ୟ ନିଆଯିବ । କୁହାଯାଉଛି ଯେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରେ ହଠାତ୍ ଅଟକି ଯାଇଥିଲା ଏହି କେବୁଲ କାର୍ ଫଳରେ ଅସୁବିଧାରେ ପଡ଼ିଛି ଲୋକେ ।

ସେପଟେ କେବୁଲ କାରରେ ଫସିଥିବା ପର୍ଯ୍ୟଟକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଫସିରହିଥିବା ପର୍ଯ୍ୟଟକମାନେ ସାହଯ୍ୟ ମାଗିଛନ୍ତି । ଅବଶ୍ୟ ଫସିରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କାଯ୍ୟ ଆରମ୍ଭ ହୋଇଛି ।

Get real time updates directly on you device, subscribe now.