fbpx

(Video) କାରରେ ଆସିଲେ, ଉଠାଇ ନେଇଗଲେ… ଏମିତି ଜିନିଷ ଚୋରେଇ ନେଲେ ‘ଚୋରଣୀ ଆଣ୍ଟି’

ନୂଆଦିଲ୍ଲୀ: ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଦେଖିଲେ ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ । କାରରେ ଆସି ମଧ୍ୟ ଲୁଟିବାକୁ ପଛାଇ ନାହାନ୍ତି ଦୁଇ ଜଣ ମହିଳା । ଇନଷ୍ଟାଗ୍ରାମରେ ଏକ ମିମ ପେଜରେ ଏହି ଭିଡିଓଟିକୁୁ ଶେୟାର କରାଯାଇଥିବା ବେଳେ ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି । କାରରେ ଆସି ଏହି ଆଣ୍ଟି ଦୁଇ ଜଣ ଚୋରି କରୁଥିବା ବେଳେ ଏହି ଭାଇରାଲ ଭିଡିଓକୁ ୬୮ ହଜାର ଲୋକ ଦେଖିଲେଣି ।

ଏହି ଦୃଶ୍ୟଟି ସିସିଟିଭିରେ କଏଦ ହୋଇଥିଲା । ମଧ୍ୟରାତ୍ରରେ କାରଟି ଟ୍ରାଫିକରେ ଅଟକିଥିଲା । ଏହାପରେ କଳାଡ୍ରେସ ପିନ୍ଧା ଜଣେ ମହିଳା ଚାଲୁଥିବାର ଦେଖିବାକୁ ମିଳିଥିଲା । ଏହାର କିଛି ସମୟ ମଧ୍ୟରେ ପଛରୁ ଆଉ ଜଣେ ପିଙ୍କ ଡ୍ରେସ ପିନ୍ଧା ମହିଳା ଆସନ୍ତି । ରାସ୍ତା ଦାଢରେ ପଡିଥିବା ସରକାରୀ ଗଛ ଚୋରି କରି ଦୁଇ ମହିଳା ପଳାଇ ଯାଇଥିଲେ । ତେବେ ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭାଇରାଲ ଭିଡିଓ

 

View this post on Instagram

 

A post shared by Dev Swain (@memes.bks)

Get real time updates directly on you device, subscribe now.