fbpx

କ’ଣ ଜଣେ ହିନ୍ଦୁ ପୁରୁଷ ଦୁଇ ମହିଳାଙ୍କୁ ବିବାହ କରି ପାରିବେ ? ଜାଣନ୍ତୁ କ’ଣ କହୁଛି ଆଇନ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଦୁଇ ଯାଁଆଳ ଭଉଣିଙ୍କୁ ଜଣେ ଯୁବକ ବିବାହ କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯଦିଓ ଏହି ବିବାହ ଦୁଇ ପରିବାରର ସହମତିରେ ହୋଇଛି, କିନ୍ତୁ ଏହି ମାମଲାକୁ ନେଇ ଏବେ ‘ବର’ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ରିପୋର୍ଟ ଅନୁସାରେ ସୋଲାପୁର ଜିଲ୍ଲାର ଅକଲୁଜ ଥାନାରେ ‘ବର’ ଉପରେ ଧାରା ୪୯୪ ଆଧାରରେ ଦ୍ୱିତୀୟ ବିବାହ କରିବା ଅପରାଧାରେ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ଭାରତୀୟ ସମ୍ବିଧାନର ଧାରା ୨୧ ଏବଂ ମାନବ ଅଧିକାରର ସର୍ବଭାରତୀୟ ଘୋଷଣାନାମାର ଧାରା ୧୬, ଯାହା ୧୯୪୮ ରେ ଗ୍ରହଣ କରାଯାଇଥିଲା । ଏହି ଦୁଇ ଦାରା କିନ୍ତୁ ବ୍ୟକ୍ତିଙ୍କର ଦ୍ୱିତୀୟ ବିବାହ କରିବାର ଅଧିକାରକୁ ସ୍ୱୀକୃତି ଦେଇଥିଲେ ।

ତେବେ ଆପଣଙ୍କ ସୂଚନା ପାଇଁ କହି ରଖୁ ଯେ, ଜଣେ ବ୍ୟକ୍ତି କେତେ ଥର ବିବାହ କରିବେ ସେ ନେଇ ଭାରତରେ କୋଣସି ନିୟମ ନାହିଁ । ବରଂ ଅଲଗା ଅଲଗା ଧର୍ମ ପାଇଁ ଅଲଗା ଅଲଗା ନିୟମ ରହିଛି । ହିନ୍ଦୁମାନଙ୍କ ପାଇଁ ହିନ୍ଦୁ ବିବାହ ଅଧିନିୟମ ୧୯୫୫, ମୁସଲମାନମାନଙ୍କ ପାଇଁ ମୁସଲିମ ବ୍ୟକ୍ତିଗତ ଆଇନ (ଶରିୟତ) ଆବେଦନ ଅଧିନିୟମ ୧୯୩୭, ଖ୍ରୀଷ୍ଟିଆନଙ୍କ ପାଇଁ ଭାରତୀୟ ଖ୍ରୀଷ୍ଟିଆନ ବିବାହ ଆଇନ ୧୮୭୨ ଏବଂ ପାରସୀଙ୍କ ପାଇଁ ପାର୍ସୀ ବିବାହ ଏବଂ ଛାଡପତ୍ର ଅଧିନିୟମ ୧୯୩୬ । ଏଥିସହ, ୧୯୫୪ ର ସ୍ୱତନ୍ତ୍ର ବିବାହ ଅଧିନିୟମ ପାରିତ ହୋଇଥିଲା ଯେଉଁମାନଙ୍କ ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ଧାର୍ମିକ ପରମ୍ପରାର ସମ୍ପର୍କ ନାହିଁ ।

ଦେଖିବାକୁ ଗଲେ ଭାରତରେ ହିନ୍ଦୁ ସଂସ୍କୃତି ଦ୍ୱିତୀୟ ବିବାହ ପ୍ରଥାକୁ ସମର୍ଥନ କରେ ନାହିଁ । ଯେଉଁମାନେ ହିନ୍ଦୁ ଧର୍ମ, ବୌଦ୍ଧ ଏବଂ ଜୈନ ଧର୍ମର ଲୋକମାନେ ପ୍ରାୟତଃ ଏହାକୁ ଅନୁସରଣ କରନ୍ତି । ହିନ୍ଦୁ ଧର୍ମରେ ବିଶ୍ୱସ କରାଯାଏ ଯେ, ବିବାହ ସମୟରେ ପତି-ପତ୍ନୀ ଜୀବିତ ଥିବା ସମୟରେ ଆଉ ଏକ ବିବାହ କରିବା ଉଚିତ୍ ନୁହେଁ । ଏହାର ଅର୍ଥ ହେଉଛି ଯେ ହିନ୍ଦୁ ବିବାହ ଆଇନ ଦ୍ୱିତୀୟ ପ୍ରଥାକୁ ସମର୍ଥନ କରେ ନାହିଁ ।

ଅନ୍ୟପଟେ ଲିଗାଲ୍ ସର୍ଭିସେସ୍ ଇଣ୍ଡିଆର ଏକ ରିପୋର୍ଟରେ କୁହାଯାଇଛି ଯେ ଉଭୟ ପକ୍ଷ (ବର ଏବଂ କନ୍ୟା) ଅତି କମରେ ୨୧ ବର୍ଷ ବୟସ ହୋଇଥିବା ଆବଶ୍ୟକ, କୌଣସି ବି ମାଧ୍ୟମରେ ପରସ୍ପର ସହ ସମ୍ପର୍କିୟ ହେବା ଉଚିତ୍ ନୁହେଁ, ଯାହା ନିଷିଦ୍ଧ ସମ୍ପର୍କ ଅଟେ ।

ତେବେ ହିନ୍ଦୁ ବିବାହ ଆଇନର ଧାରା ୧୭ ରେ ବିବାହିତା ପାଇଁ ଦଣ୍ଡ ବିଧାନ ରହିଛି । ‘ଭାରତୀୟ ଆଇନ’ ଉପରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ‘ଏହି ଆଇନ୍ ଆରମ୍ଭ ହେବା ପରେ କୌଣସି ହିନ୍ଦୁଙ୍କ ମଧ୍ୟରେ ଏପରି ବିବାହ ହୋଇନାହିଁ । ଯଦି ଏପରି ବିବାହ ସମୟରେ ଉଭୟ ପକ୍ଷର ସ୍ୱାମୀ କିମ୍ବା ସ୍ତ୍ରୀ ଜୀବିତ ଥାଆନ୍ତି ତେବେ ଏଭଳି କ୍ଷେତ୍ରରେ ଭାରତୀୟ ଦଣ୍ଡ ସଂହିତା (୧୮୬୦ ର ୪୫) ର ଧାରା ୪୯୪ ଏବଂ ୪୯୫ ର ବ୍ୟବସ୍ଥା ସେହି ଅନୁସାରେ ଲାଗୁ ହେବ ।

Get real time updates directly on you device, subscribe now.