fbpx

ଆରମ୍ଭ ହେଲା RBI MPC ବୈଠକ; କେତେ ବଢିବ ଆପଣଙ୍କ EMI, ୭ ଡିସେମ୍ବରରେ ହେବ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମିତି (ଏମପିସି) ବୈଠକ ଆରମ୍ଭ ହୋଇଯାଇଛି । ଦରଦାମ ନିୟନ୍ତ୍ରଣ କରିବା ପାଇଁ ଏମପିସି ୦.୨୫- ୦.୩୫ ପ୍ରତିଶତ ଋଣ ହାର ବଢାଇପାରେ । ଏମପିସିର ତିନିଧରି ଚାଲିବାକୁ ଥିବା ବୈଠକର ଶେଷରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସମସ୍ତ ସୂଚନା ଦେବେ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ ଗତ ମେ ମାସରେ ହଠାତ ରେପୋ ରେଟ ୦.୪୦ ପ୍ରତିଶତ ବଢାଇଥିଲେ । ଏହା ପରେ ଲଗାତାର ଭାବେ ତିନି ଥର ୦.୫୦- ୦.୫୦ ପ୍ରତିଶତ ରେପୋ ରେଟ ବଢାଇଛନ୍ତି । ବର୍ତ୍ତମାନ ରେପୋ ରେଟ ୫.୯ ପ୍ରତିଶତ ରହିଛି । ଯଦି ଏଥର ବି ରେପୋ ରେଟ ବଢାଯାଏ ତେବେ ଆପଣଙ୍କ ଋଣର ଇଏମଆଇ ବଢି ଯାଇପାରେ ବୋଲି ଆଶଙ୍କା କରାଯାଉଛି । କିଛି ଦିନ ଧରି ମୁଦ୍ରାସ୍ଫିତିରେ ଆର୍ଥିକ ବୃଦ୍ଧି କମ ହୋଇଥିବା କାରଣରୁ ଋଣ ଦରରେ ସାମାନ୍ୟ ବୃଦ୍ଧି ଘଟିବ ।
ଭାରତୀୟ ଷ୍ଟେଟ ବ୍ୟାଙ୍କର ରିସର୍ଚ୍ଚ ରିପୋର୍ଟରେ କହିଛି ଯେ, ଆରବିଆଇ ଡିସେମ୍ବର ମାସରେ ଦରଦାମରେ କମ ବୃଦ୍ଧି କରିବ । ତେବେ ରେପୋ ରେଟରେ ୦.୩୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଅନ୍ୟପଟେ ୬.୨୫ ପ୍ରତିଶତ ରେପୋ ରେଟରେ ସ୍ଥିରତା ଆସିପାରେ । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦର ୦.୨୫- ୦.୩୫ ପ୍ରତିଶତ ବୃଦ୍ଧି କରାଯିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.