fbpx

Exit Poll: ଗୁଜରାଟ-ହିମାଚଳରେ ବିଜେପିର ଘର ବାହୁଡା

ନୂଆଦିଲ୍ଲୀ: ଦେଶର ଦୁଇଟି ରାଜ୍ୟ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ପ୍ରକାଶ ପାଇଛି ଏକଜିଟ ପୋଲ। ବିଭିନ୍ନ ସଂସ୍ଥା ପକ୍ଷରୁ ଦୁଇ ରାଜ୍ୟରେ ନିର୍ବାଚନ ଫଳାଫଳକୁ ନେଇ ଏକଜିଟ ପୋଲ ପ୍ରକାଶ କରିଛନ୍ତି। ଉଭୟ ରାଜ୍ୟରେ ଭୋଟ୍ ଗଣନା ଡିସେମ୍ବର ୮ ଅର୍ଥାତ ଗୁରୁବାର ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ତେବେ ଏପର୍ଯ୍ୟନ୍ତ ହୋଇଥିବା ଏକଜିଟ୍ ପୋଲ ପୂର୍ବାନୁମାନ ଅନୁଯାୟୀ ବିଜେପି ଲଗାତାର ସପ୍ତମ ଥର ଗୁଜରାଟରେ କ୍ଷମତାକୁ ଆସୁଛି। ଅନ୍ୟପଟେ ହିମାଚଳ ପ୍ରଦେଶରେ ବିଜେପି ରାଜ୍ୟରେ କ୍ଷମତାକୁ ଫେରିଥିବାର ଦେଖାଯାଉଛି। କିନ୍ତୁ ରାଜ୍ୟରେ ଲଢେଇ ଜୋରଦାର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

ନ୍ୟୁଜ୍ ଏକ୍ସ ଅନୁଯାୟୀ, ୧୮୨ ସିଟ୍ ବିଶିଷ୍ଟ ବିଧାନସଭାରେ ବିଜେପି ୧୧୭ ରୁ ୧୪୦ ସିଟ୍ ପାଇବାର ସମ୍ଭାବନା ରହିଛି। କଂଗ୍ରେସ ଏବଂ ଏନସିପି ସହଯୋଗୀ ଦଳ ୩୪ ରୁ ୫୧ ଟି ଆସନ ଏବଂ ଆମ୍ ଆଦମୀ ପାର୍ଟି ମାତ୍ର ୬ ରୁ ୧୩ ଟି ସିଟ୍ ପାଇବେ। ଟିଭି-୯ ଭାରତବର୍ଷ ଏକଜିଟ୍ ପୋଲରେ ଗୁଜୁରାଟ ନିର୍ବାଚନରେ ​​ବିଜେପି ୧୨୫-୧୩୦ ସିଟ୍ ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏଥି ସହିତ କଂଗ୍ରେସ ୪୦ ରୁ ୫୦ ଟି ସିଟ୍ ଏବଂ ଆମ୍ ଆଦମୀ ପାର୍ଟି କେବଳ ୩-୫ ସିଟ୍ ପାଇବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ଅନ୍ୟମାନେ ୩ ରୁ ୭ ଟି ସିଟ୍ ପାଇଥିବା ଜଣାପଡିଛି।

ସେହିପରି ରିପବ୍ଲିକ୍ ନ୍ୟୁଜ୍ ର ଏକଜିଟ୍ ପୋଲରେ ମଧ୍ୟ ବିଜେପି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବ ବୋଲି ପୂର୍ବାନୁମାନ କରାଯାଇଛି। ରିପବ୍ଲିକ୍ ନ୍ୟୁଜ୍ ଅନୁଯାୟୀ ବିଜେପି ୧୨୮ ରୁ ୧୪୮ ସିଟ୍, କଂଗ୍ରେସ ୩୦-୪୨ ସିଟ୍, ଆମ୍ ଆଦମୀ ପାର୍ଟି ୨ ରୁ ୧୦ ଟି ସିଟ୍ ପାଇଥିବା ବେଳେ ଅନ୍ୟମାନେ ୦ ରୁ ୩ ସିଟ୍ ପାଇବେ ବୋଲି ଆଶା କରାଯାଉଛି।

ଅନ୍ୟପଟେ ହିମାଚଳରଟେ ବିଜେପି ସର୍ବାଧିକ ସଂଖ୍ୟକ ଆସନ ମିଳିବ ବୋଲି ଆଶା କରାଯାଉଛି। ପ୍ରଥମ ଏକଜିଟ୍ ପୋଲ୍ (ଟିଭି-୯ ଭାରତବର୍ଷ / ରିପବ୍ଲିକ୍ ଟିଭି) ଅନୁଯାୟୀ ହିମାଚଳ ପ୍ରଦେଶରେ ବିଜେପି ପାଇଁ ୩୪ ରୁ ୩୯ ଟି ଆସନ ପୂର୍ବାନୁମାନ କରିଥିବାବେଳେ କଂଗ୍ରେସ ୨୮ ରୁ ୩୩ ମଧ୍ୟରେ ଜିତିବ ବୋଲି ଆକଳନ କରାଯାଇଛି। ଅନ୍ୟମାନଙ୍କ ପାଖରେ କେବଳ ଗୋଟିଏ ଆସନ ଅଛି।

 

Get real time updates directly on you device, subscribe now.