fbpx

video: ହାତୀ ମୂର୍ତ୍ତିର ଗୋଡ଼ ତଳେ ଫସିଗଲେ ଭକ୍ତ; ଦେଖନ୍ତୁ ଗୁଜୁରାଟ ମନ୍ଦିରର ଏହି ଦୃଶ୍ୟ

ନୂଆଦିଲ୍ଲୀ: ଲୋକମାନେ ଈଶ୍ୱରଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ଅନେକ ସମୟରେ ମନ୍ଦିର ଏବଂ ଧାର୍ମିକସ୍ଥଳୀ ପରିଦର୍ଶନ କରନ୍ତି । ବେଳେବେଳେ, ଲୋକମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଅନନ୍ୟ କିମ୍ବା ଚ୍ୟାଲେଞ୍ଜିଂ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏହା ଜରୁରୀ ନୁହେଁ ଯେ ଏହା ସର୍ବଦା ଭକ୍ତମାନଙ୍କ ସପକ୍ଷରେ କାମ କରିବ । ତେବେ ବେଳେବେଳେ ଏହି ଚ୍ୟାଲେଞ୍ଜ ଭକ୍ତମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଏପରି ଏକ ଘଟଣାରେ ଜଣେ ଭକ୍ତ ଗୁଜରାଟର ଏକ ମନ୍ଦିରରେ ହାତୀ ମୂର୍ତ୍ତି ତଳେ ଫସି ଯାଇଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓରେ ଦେଖାଯାଇଛି ଯେ ବ୍ୟକ୍ତି ଜଣଙ୍କ ମୂର୍ତ୍ତି ତଳେ ଅଟକି ଯାଇଥିଲେ ଏବଂ ଏଥିରୁ ବାହାରିବା ପାଇଁ ବହୁତ ଚେଷ୍ଟା କରିଥିଲେ । ନିତିନ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ, ଜଣେ ବ୍ୟକ୍ତି ନିଜ ହାତ ଏବଂ ଶରୀରକୁ ମୂର୍ତ୍ତି ତଳୁ ବାହାରି ବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଚେଷ୍ଟା କଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଭିଡିଓରେ ପୁରୋହିତ ମଧ୍ୟ ସେହି ବ୍ୟକ୍ତିଙ୍କୁ ମୂର୍ତ୍ତି ତଳୁ ବାହାରକୁ କାଢିବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଅନେକ ପରିଦର୍ଶକ ଫସି ରହିଥିବା ଭକ୍ତଙ୍କୁ ପରାମର୍ଶ ଦେଉଥିବାର ଦେଖାଯାଇଛି । ଭକ୍ତ ଜଣଙ୍କ ନିଜ ଶରୀରକୁ ବୁଲାଇବାକୁ ଚେଷ୍ଟା କରିବା ସହ ଲୋକମାନେ ମଧ୍ୟ ସାହାଯ୍ୟ ପାଇଁ ହାତ ବଢାଉଥିବା ଦେଖିବାକୁ ମିଳିଛି । କିନ୍ତୁ ଭକ୍ତ ଜଣଙ୍କ ହାତୀମୂର୍ତ୍ତି ତଳୁ ବାହାରିପାରୁ ନଥିବା ମଧ୍ୟ ଦେଖିବାକୁ ମିଳିଛି ।

ଭିଡିଓରୁ ଏହା ସ୍ପଷ୍ଟ ହୋଇନାହିଁ ଯେ ବ୍ୟକ୍ତି ଜଣଙ୍କ ମୂର୍ତ୍ତିରୁ ବାହାରକୁ ଆସିଛନ୍ତି କି ନାହିଁ । ସେୟାର ଭିଡିଓଟିକୁ ୪୦,୦୦୦ ରୁ ଅଧିକ ଲୋକ ଦେଖି ସାରିଛନ୍ତି । ତେବେ ୨୦୧୯ ରେ ଏହିପରି ଏକ ସମାନ ଘଟଣା ଘଟିଥିଲା ଯେତେବେଳେ ଜଣେ ମହିଳା ଭକ୍ତ ମଧ୍ୟ ଛୋଟ ହାତୀ ମୂର୍ତ୍ତିର ଗୋଡ ମଧ୍ୟରେ ଫସି ଯାଇଥିଲେ ।

Get real time updates directly on you device, subscribe now.