fbpx

ନାଁ ପସନ୍ଦ ନ ଆସିଲେ ପରିବର୍ତ୍ତନ ହୋଇ ପାରିବ କି? ଜାଣି ରଖନ୍ତୁ କ’ଣ ରହିଛି ଆପଣଙ୍କ ଅଧିକାର…

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ନିଜର ନାମ ପରିବର୍ତ୍ତନ କରିବ ପାଇଁ ଚାହିଁଥାନ୍ତି । ତେବେ ଏଥିପାଇଁ ବିଭିନ୍ନ କାରଣ ହୋଇପାରେ । ନାମ ପରିବର୍ତ୍ତନ କରିବା ସହ ସମସ୍ତ ଡକ୍ୟୁମେଣ୍ଟରେ ନୂଆ ନାମକୁ ଅପଡେଟ କରିବାକୁ ହୋଇଥାଏ । କିନ୍ତୁ ଯଦି ଅଫିସର ଏହାକୁ ଗ୍ରହଣ ନ କରନ୍ତି, ତେବେ ଆପଣ କ’ଣ କରିବେ? ଜାଣି ରଖନ୍ତୁ ଯେ ନାମ ପରିବର୍ତ୍ତନ କରିବା ଜଣେ ନାଗରିକର ମୌଳି ଅଧିକାର ଅଟେ । ଏତିପାଇଁ ଆପଣ ଆଇନର ସହାୟତା ମଧ୍ୟ ନେଇପାରିବେ ।

କୌଣସି ନାଗରିକ ନିଜ ନାମକୁ ନିଜ ପସନ୍ଦ ଅନୁସାରେ ବଦଳାଇ ପାରିବେ । ସମ୍ବିଧାନର ଧାରା ୧୪, ୧୯ ଏବଂ ୨୧ ଅନୁସାରେ ସମସ୍ତ ନାଗରିକ ପସନ୍ଦ ଅନୁସାରେ ନିଜ ନାମ ରଖିବା ପାଇଁ ମୌଳିକ ଅଧିକାର ଅନୁମତି ପାଇଛନ୍ତି । ଏ ନେଇଇଲାହବାଦ କୋର୍ଟ ଏକ ସ୍ପଷ୍ଟ ରାୟ ଦେଇଛନ୍ତି । ସେ କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୧୯(୧),(ଅଭିବ୍ୟକ୍ତିର ସ୍ୱତନ୍ତ୍ରତା), ଧାରା୨୧(ଜୀବନ ଏବଂ ବ୍ୟକ୍ତିଗତ ସ୍ୱତନ୍ତ୍ରତାର ଅଧିକାର) ଏବଂ ଦାରା ୧୪(ସମାନତା ଅଧିକାର) ନାଗରିକର ମୌଳିକ ଅଧିକାର ହୋଇଥାଏ । ଏଥିରେ କେହି ବାଧା ଦେଇ ପାରିବେ ନାହିଁ କିମ୍ବା ସମ୍ପୃକ୍ତ ବ୍ୟକ୍ତିଙ୍କୁ କେହି ରୋକିପାରିବେ ନାହିଁ ।

ସୁପ୍ରିମକୋର୍ଟରେ ଜଷ୍ଟିସ ଏ.ଏମ ଖାବିଲକର, ବି.ଆର ଗଭଇ ଏବଂ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସାର୍ଟିଫିକେଟରେ ନାମ/ଉପନାମ କିମ୍ବା ଜନ୍ମ ତାରିଖରେ ପରିବର୍ତ୍ତନ ସହ ଜଡିତ ୨୨ଟି ଆବେଦନ ଉପରେ ଶୁଣାଣି କରିଛନ୍ତି । ବ୍ୟକ୍ତିଙ୍କ ନାମ ପରିବର୍ତ୍ତନ ନିଜ ପରିଚୟ ଅଭିବ୍ୟକ୍ତି ସ୍ୱତନ୍ତ୍ରତା ଅଧିକାରର ଏକ ଅଂଶ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Get real time updates directly on you device, subscribe now.