fbpx

କୋଲ୍ଡଡ୍ରିଙ୍କସ୍ ପିଉଥିଲେ ସାବଧାନ! ହୋଇପାରେ କ୍ୟାନ୍ସର

କୋଲ୍ଡ ଡ୍ରିଙ୍କସ୍ ଏମିତି ଏକ ଜିନିଷ ସମସ୍ତେ ପିଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଖରାଦିନେ ଏହାର ଚାହିଦା ବହୁତ ବଢ଼ିଥାଏ । ଯୁବକ ଠାରୁ ବୁଢ଼ା ପର୍ଯ୍ୟନ୍ତ ବଜାର କିମ୍ବା ଦୋକାନ ଗଲେ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ଇଚ୍ଛା କରିଥାନ୍ତି । ଛୋଟ ପିଲାମାନେ ସଦାବେଳେ ଜିଦ୍ ଧରିଥାନ୍ତି ଏହି ଥଣ୍ଡା ପାନୀୟକୁ ପିଇବାକୁ । ଏହାକୁ ଆମେ ପିଇଦେଲେ ସିନା ଆମକୁ ଭଲ ଲାଗିଥାଏ କିନ୍ତୁ ଏହା ଶରୀର ପ୍ରତି ଅହିତକର । ଯାହା ଦ୍ୱାରା ଆମେ ମାରତ୍ମକ ରୋଗର ଶିକାର ହେଉ । ଏହା ଆମେ କହୁନାହୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚାଇ ଦେଇଛି ।

ତେଣୁ ଏବେ ଠାରୁ କୋଲ୍ଡ ଡ୍ରିଙ୍କ୍ସ ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣ କୋଲ୍ଡଡ୍ରିଙ୍କସ୍ ପିଉଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ । ଏଥିରେ ରହିଛି କ୍ୟାନ୍ସର ତତ୍ତ୍ୱ । ଏନେଇ ଚେତାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । କୋକାକୋଲା ସମେତ ଅନ୍ୟ ଡ୍ରିଙ୍କ୍ସ ଏବଂ ଖାଦ୍ୟ ପଦାର୍ଥରେ ବ୍ୟବହୃତ ଆର୍ଟିଫିସିଆଲ ସୁଇଟନ୍ର ବା କୃତ୍ରିମ ମିଠା କ୍ୟାନ୍ସର କରାଇବାର ଆଶଙ୍କା ରହିଥିବା ଡବ୍ଲ୍ୟୁଏଚ୍ଓ ସ୍ପଷ୍ଟ କରିଛି । ଆର୍ଟିଫିସିଆଲ ସୁଇଟ୍ନର ଭାବେ ଆସ୍ପାର୍ଟେମ ନାମକ ପଦାର୍ଥକୁ ଥଣ୍ଡା ପାନୀୟ, ଡାଏଟ ସୋଡାଠାରୁ ଆରମ୍ଭ କରି ଚୁଇଂଗମ୍ ଏବଂ ଅନ୍ୟ କୋଲ୍ଡ ଡ୍ରିଙ୍କ୍ସରେ ବ୍ୟବହାର କରାଯାଇଥାଏ ।

କ୍ୟାନ୍ସର ଉପରେ ଗବେଷଣା କରୁଥିବା ସଂସ୍ଥା ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନ୍ସର(ଆଇଏଆର୍ସି) ଜୁଲାଇରେ ଆସ୍ପାର୍ଟେମ୍କୁ କ୍ୟାନ୍ସର କାରକ ପଦାର୍ଥ ତାଲିକାରେ ସାମିଲ କରିବ । ଆସ୍ପାର୍ଟେମର କେତେମାତ୍ରାରେ ବ୍ୟବହାର ଶରୀର ପାଇଁ ହାନିକାରକ ନୁହେଁ ସେ ନେଇ ଡବ୍ଲ୍ୟୁଏଚ୍ଓ ସ୍ପଷ୍ଟ କରିନାହିଁ । ଡବ୍ଲ୍ୟୁଏଚ୍ଓର ଜେଇସିଏଫ୍ଏ କମିଟି ଚଳିତ ବର୍ଷ ଆସ୍ପାର୍ଟେମର ବ୍ୟବହାର ଉପରେ ସମୀକ୍ଷା କରୁଛି । ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ଆସ୍ପାର୍ଟେମର ବ୍ୟବହାର କଲେ ତାହା ହାନିକାରକ ହୋଇ ନ ଥାଏ ବୋଲି ପୂର୍ବରୁ ଏହି କମିଟି କହିଥିଲା ।

Get real time updates directly on you device, subscribe now.