fbpx

ଆର୍ମି ଲଭରଙ୍କ ପାଇଁ ନୂଆ ସୁଯୋଗ: ଏବେ ବିନା ପରୀକ୍ଷାରେ ମିଳିପାରେ ଭାରତୀୟ ସେନାରେ ଭର୍ତ୍ତି ହେବାର ସୁଯୋଗ

AAKASH

ନୂଆଦିଲ୍ଲୀ: ଭାରତୀୟ ସେନାରେ ଯୋଗ ଦେବା ପାଇଁ ଏବେ ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ ଦେଖାଦେଉଛି ଖୁବ ଉତ୍ସାହ । ପ୍ରତିବର୍ଷ ଭାରତୀୟ ସେନା ପାଇଁ ଆୟୋଜିତ ହେଉଥିବା ଏଣ୍ଟ୍ରାନ୍ସ ପରୀକ୍ଷାରେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ସାମିଲ ହେଉଥିବା ବେଳେ ମାତ୍ର କିଛି ଜଣଙ୍କୁ ଭାରତୀୟ ସେନାରେ ସୁଯୋଗ ମିଳିଥାଏ । ତେବେ ସେନାରେ ଭର୍ତ୍ତି ହେବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଆଉ ଏକ ସୁବର୍ଣ୍ଣ ସୁଯୋଗ । ସେନାରେ ଅନେକ ପଦବୀ ରହିଛି ଯେଉଁଥି ପାଇଁ ପରୀକ୍ଷା ଦେବାକୁ ପଡେନାହିଁ ।

Common Entrance Test for Admission in Indian Army on January 19th -  Ludhiana Live

୧.ଟେକ୍ନିକାଲ ଏଣ୍ଟ୍ରି ସ୍କିମ
+୨ ପାସ କରିଥିବା ଛାତ୍ରଛାତ୍ରୀ ଏହି ପଦବୀ ପାଇଁ ଆବେଦନ କରି ପାରିବେ । ବିନା ପରୀକ୍ଷାରେ ଏହି ପଦବୀ ପାଇଁ ମିଳିପାରେ ଦେଶସେବା କରିବାର ଗୌରବ । ତେବେ ଏଥି ପାଇଁ ପ୍ରାର୍ଥି କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ପଦାର୍ଥ ପିଜ୍ଞାନ, ରସାୟନ ବିଜ୍ଞାନ କିମ୍ବା ଗଣିତରେ ୭୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ ଅଟେ । ସେନା ଦ୍ୱାରା ନିର୍ଦ୍ଧାରିତ କଟ-ଅଫ ଡେଟ ଅନୁସାରେ ୧୬.୫ ୧୯.୫ ବର୍ଷ ମଧ୍ୟରେ ହୋଇଥିବା ଦରକାର । ୫ ଦିନିଆ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ଏହାର ପ୍ରାର୍ଥୀ ଚୟକ କରନ୍ତି ସର୍ଭିସେସ ସିଲେକ୍ସନ ବୋର୍ଡ ।

Army officer, soldier who died fighting terrorists honoured | India News –  India TV
୨. ୟୁନିଭର୍ସିଟି ଏଣ୍ଟ୍ରି ସ୍କିମ
ଏହାଦ୍ୱାରା ସେନାର ବୈଷୟିକ କର୍ପସରେ ସ୍ତାୟୀ କମିଶନ ପାଇପାରିବେ । ଏହି ପଦବୀ ପାଇଁ ବି.ଇ କିମ୍ବା ବି.ଟେକର ଶେଷ ବର୍ଷର ପ୍ରାର୍ଥୀ ଆବେଦନ କରିପାରିବେ । ଏଥି ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ସର୍ଭିସେସ ସିଲେକ୍ସନ ବୋର୍ଡ ଦ୍ୱାରା ଆୟୋଜିତ କରାଯିବ । ତେବେ ଏଥି ପାଇଁ ମେଡିକାଲ ଟେଷ୍ଟ ଦେବା ଜରୁରୀ । ଏହା ପରେ ପ୍ରାର୍ଥୀମାନଙ୍କ ଏକ ବର୍ଷର ଟ୍ରେନିଙ୍ଗ ପାଇଁ ଡେରାଡୁନର ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ଭର୍ତ୍ତି କରାଯାଇଥାଏ ।

Army recruitment rally for Punjab, J&K, Ladakh in Jammu from March 1 -  Jammu Kashmir Latest News | Tourism | Breaking News J&K

୩. ଟେକ୍ନିକାଲ ଏଣ୍ଟ୍ରି ଏସ.ଏସ.ସି
ବୈଷୟିକ କ୍ଷେତ୍ରରେ ସ୍ନାତକ କିମ୍ବା ପିଜି ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରନ୍ତି । ସର୍ଭିସେସ ସିଲେକ୍ସନ ବୋର୍ଡ କିମ୍ବା ମେଡିକାଲ ଟେଷ୍ଟ ଆଧାରରେ ପ୍ରାର୍ଥୀମାନଙ୍କର ଚୟନ କରାଯାଇଥାଏ । ଏହାପରେ ସିଲେକ୍ଟଡ ପ୍ରାର୍ଥୀ ମାନଙ୍କୁ ଅଫିସର୍ସ ଟ୍ରେନିଙ୍ଗ ଏକାଡେମୀ, ଚେନ୍ନାଇରେ ୧୪ ସପ୍ତାହ ପାଇଁ ପଠାଯାଏ । ଏହାପରେ ସେମାନଙ୍କୁ ସେନାରେ ଯୋଗ ଦେବା ପାଇଁ ମିଳିଥାଏ ସୁଯୋଗ । ତେବେ ଯଦି ଆପଣଙ୍କ ନିକଟରେ ଏଥିରୁ କୌଣସି ପଦବୀ ପାଇଁ ଯୋଗ୍ୟ ଅଛନ୍ତି, ତେବେ ସମୟ ବିଳମ୍ବ ନକରି ଆବେଦନ କରନ୍ତୁ । ଆପଣଙ୍କର ଭାରତୀୟ ସେନାରେ ଭର୍ତ୍ତି ହେବାର ସ୍ୱପ୍ନ ପୂରଣ ହେବାର ରହିଛି ଯଥେଷ୍ଟ ସମ୍ଭାବନା ।

Get real time updates directly on you device, subscribe now.