fbpx
BJD
BJD SKY
BJD SKY

ଏଲିୟନଙ୍କ ଅସ୍ତିତ୍ୱକୁ ନେଇ ମିଳିଲା ନୂଆ ପ୍ରମାଣ: ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଏଲିୟନଙ୍କ ଅସ୍ତିତ୍ୱ ଅଛି କି ନାହିଁ, ଏହାକୁ ନେଇ ବିବାଦ ଜାରି ରହିଛି । କ୍ୟାମେରାରେ ଅନେକ ଥର ୟୁଏଫଓ ବା ଏଲିୟନ ଚିତ୍ର କଏଦ ହେବା ଖବର ଚର୍ଚ୍ଚାକୁ ଆସିଛି । କିନ୍ତୁ କିଛି ଏହାକୁ ଏଡିଟ ଫଟୋ କହୁଛନ୍ତି । ଆଉ କିଛି କହୁଛନ୍ତି ଭୁଲ ଧାରଣା । ଏ ପର୍ଯ୍ୟନ୍ତ ଏହାର କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ । ଏହି କ୍ରମରେ ଆମେରିକାର କିଛି ଅବସରପ୍ରାପ୍ତ ଅଫିସର ଖୁଲାସା କରିଛନ୍ତି ଯେ ଆମେରିକା ବିଶ୍ୱକୁ ଏଲିୟନ ସମ୍ବନ୍ଧୀୟ ଅନେକ କଥା ଲୁଚାଇଛି ।

ସୋସିଆଲ ମିହିଆରେ ଏବେ ଏଭଳି ଏକ ଫଟୋ ଭାଇରାଲ ହେଉଛି । ଯାହାକୁ ନାସା କଏଦ କରିଛି । ଜଣେ ୟୁଏଫଓ ବିଶେଷଜ୍ଞ ଫଟୋରେ ଏକ ତି୍ରକୋଣ ଦେଖିବାକୁ ପାଇଛନ୍ତି ଯାହାକୁ ୟୁଏଫଓ କୁହାଯାଉଛି । ଟାଇଲର ନାମକ ଏହି ଥିଓରିଷ୍ଟ ନାସାର ଏହି ଫଟୋରେ ୟୁଏଫଓ ଦେଖିଥିବା ଦାବି କରିଛନ୍ତି । ଟାଇଲର ୟୁଟୁ୍ୟବରେ ‘ସିକ୍ୟୋରଟିମ ୧୦’ ନାମକ ଆକାଉଣ୍ଟରେ ଭିଡିଓ ଶେୟାର କରନ୍ତି । ତାଙ୍କ ସୂଚନା ଅନୁସାରେ, ଏହି ଫଟୋ ଉଠାଇଥିବା ମହାକାଶଚାରୀଙ୍କୁ ମଧ୍ୟ ଏ ବିଷୟରେ ଜଣାନଥିଲା ଯେ ସେମାନେ ଏହି ଫଟୋରେ ଏଲିୟନଙ୍କୁ କଏଦ କରିଛନ୍ତି । ଭୁଲରେ ୟୁଏଫଓର ଫଟୋ କଏଦ କରିଥିବା ସେ କହିଛନ୍ତି । ଫଟୋଟି ଆଜିର ନୁହେଁ, ୬୦ ବର୍ଷର ପୁରୁଣା । ନାସାର ଜଣେ ମହାକାଶଚାରୀ ୧୯୬୦ ରେ ଫଟୋ ଉଠାଇଥିଲେ ।

Get real time updates directly on you device, subscribe now.