fbpx

କଣ କୋଭିଡ୍ ଟିକା ଯୋଗୁଁ ଦେଖାଦେବ ଗର୍ଭପାତ ସମସ୍ୟା? ଜାଣନ୍ତୁ କଣ କହୁଛି ଅଧ୍ୟୟନ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ଦେଶରେ ଟିକାକରଣର ଗତି ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ କହିବାନୁଯାୟୀ, ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ସଂକ୍ରମଣ ଓ ମୃତ୍ୟୁର ଭୟ କମ୍ ଥାଏ । ଅନେକ ଅଧ୍ୟୟନ ପରେ କିଛି ମାସ ତଳେ ଗର୍ଭବତୀ ମହିଳାଙ୍କ ଟିକାକରଣ ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଥିଲା । କିନ୍ତୁ ଏହାପରେ ଟିକାକୁ ନେଇ ଶୁଣିବାକୁ ମିଳୁଥିବା କିଛି ଖବରକୁ ନେଇ ମନରେ ଡର ରହିଛି । ଅନେକ ଖବର ଅନୁଯାୟୀ, ଗର୍ଭବତୀ ମହିଳା ଟିକାକରଣ କରିବାକୁ ଚାହୁଁନାହାଁନ୍ତି କାରଣ ସେମାନଙ୍କ ମନରେ ଗର୍ଭପାତ ହୋଇପାରେ ବୋଲି ଭୟ ରହିଛି । ତେବେ ବାସ୍ତବରେ ଏପରି କିଛି ହେଉଛି କି? କଣ ଏହାର ସତ୍ୟାସତ୍ୟ ? ବୈଜ୍ଞାନିକ ମାନେ ଏହିସବୁ କଥାକୁ ଭୁଲ୍ ବୋଲି କହିଛନ୍ତି । ଟିକା ଗର୍ଭପାତର କାରଣ ହୁଏ ନାହିଁ ।

ବୈଜ୍ଞାନିକଙ୍କ କହିବାନୁସାରେ, ଗର୍ଭାବସ୍ଥା ପାଇଁ ଟିକା ଏକଦମ୍ ସୁରକ୍ଷିତ । ଟିକା ଗର୍ଭବତୀ ମହିଳାଙ୍କ ଶିଶୁ ଉପରେ କୌଣସି ପ୍ରକାରର ପ୍ରଭାବ ପଡ଼େ ନାହିଁ । ଟିକା ନେଇଥିବା ମହିଳାଙ୍କ ତୁଳନାରେ ଟିକା ନେଇନଥିବା ମହିଳାଙ୍କ ଠାରେ ଗର୍ଭପାତର ଆଶଙ୍କା ଅଧିକ ରହେ । ବୈଜ୍ଞାନିକ ମାନେ ଏନେଇ ୨୦୨୦ ଡିସେମ୍ବର ମାସ ୧୫ ତାରିଖରୁ ୨୦୨୧ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ୧ ଲକ୍ଷ ୫ହଜାର ୪୪୬ ଜଣ ମହିଳାଙ୍କ ଯାଞ୍ଚ କରାଇଥିଲେ । ଏଥିରେ ୧୩, ୧୬୦ ଜଣଙ୍କର ଗର୍ଭପାତ ହୋଇଯାଇଥିଲା ଓ ୯୨,୨୮୬ ଜଣ ଗର୍ଭବତୀ ଥିଲେ । ଏମାନଙ୍କ ମଧ୍ୟରୁ ୧୪.୩ ପ୍ରତିଶତ ମହିଳା ଟିକାର ପ୍ରଥମ ଡୋଜ୍ ନେଇସାରିଥିଲେ । ତେବେ ଏଥିରୁ ଜଣାପଡ଼ିଥିଲା ଯେ, ଯେଉଁ ମାନେ ଗର୍ଭପାତର ସାମନା କରିଥିଲେ ସେମାନଙ୍କ ଟିକାକରଣ ହୋଇନଥିଲ।।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ବିଭିନ୍ନ କାରଣରୁ ଗର୍ଭପାତ ହେବାର ଆଶଙ୍କା ସାଧାରଣତଃ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ୧୧-୧୬ ପ୍ରତିଶତ ହୋଇପାରେ। ଏହି ଅଧ୍ୟୟନରେ, ଟିକା ଦିଆଯାଇଥିବା ମହିଳାଙ୍କ ଗର୍ଭପାତ ହାର ସାଧାରଣ ପରିସର ମଧ୍ୟରେ ୧୨.୮ ପ୍ରତିଶତ ହୋଇପାରେ। ଯଦିଓ ଟିକାକରଣ ଗର୍ଭସ୍ଥ ଶିଶୁର କ୍ଷତି ଘଟାଏ ବୋଲି କହିବା ଠିକ୍ ନୁହେଁ । ୨୦ ରୁ ୨୯ ବର୍ଷ ବୟସ୍କ ମହିଳାଙ୍କ ଗର୍ଭଧାରଣ ହେବାର ଆଶଙ୍କା ୯.୮ ପ୍ରତିଶତ ହୋଇଥିବାବେଳେ ୪୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ମହିଳାଙ୍କ କ୍ଷେତ୍ରରେ ଏହା ୨୮.୮ ପ୍ରତିଶତ ହୋଇପାରେ। ଗର୍ଭସ୍ଥ ଶିଶୁ ଉପରେ ଟିକାକରଣର ପ୍ରଭାବ ପଡ଼ିଥିବା କୌଣସି ପ୍ରମାଣ ନାହିଁ ।

Get real time updates directly on you device, subscribe now.