fbpx

ବାଲେଶ୍ୱରରେ ପହଞ୍ଚିଲେ NIAର ଦୁଇଜଣିଆ ଟିମ୍

ବାଲେଶ୍ୱର(ଓଡ଼ିଶା ଭାସ୍କର): ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ବାଲେଶ୍ୱରରେ ପହଞ୍ଚିଛନ୍ତି ଏନଆଇଏର ଦୁଇ ଜଣିଆ ଟିମ୍ । ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଥିଲା ବାଲେଶ୍ୱର ପୋଲିସ୍ । ସେମାନଙ୍କ ମଧ୍ୟରୁ ୪ଜଣ ଠିକା କର୍ମଚାରୀ ଓ ଜରେ ଡ୍ରାଇଭର୍ ହୋଇଥିବା ଜଣାପଡ଼ିଥିଲା । ତେଣୁ ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱରରେ ଏନଆଇଏ ଟିମ୍ ପହଞ୍ଚିଛନ୍ତି । ଏହି ଘଟଣାର ଅଧିକ ତଦନ୍ତ କରିବା ପାଇଁ ଏହି ଟିମ୍ ପହଞ୍ଚିଛନ୍ତି । ଏନଆଇଏର ଦୁଇ ଜଣିଆ ଟିମ୍ ବାଲେଶ୍ୱର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି । ତେବେ ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ତେବେ ଏଥିରୁ ଜଣାପଡ଼ିଥିଲା ଯେ, ଗିରଫ ହୋଇଥିବା ବସନ୍ତ ପାକ୍ ମହିଳାଙ୍କ ସହିତ ଅଶ୍ଳୀଳ ଚାଟ୍ ଓ ଭିଡିଓ କଲ୍ ରେ ବି କଥା ହୋଇଛନ୍ତି ।

Get real time updates directly on you device, subscribe now.