fbpx

ଗୋଟିଏ ମେସେଜରେ ସବୁଦିନ ପାଇଁ ବନ୍ଦ କରନ୍ତୁ Corona Caller Tune ! ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଯଦି ଆପଣ ବି କରୋନା ମହାମାରୀରୁ ରକ୍ଷା ପାଇବାର ଡାୟଲର ଟୋନ୍ ଶୁଣି ଶୁଣି ବିରକ୍ତ ହେଉଛନ୍ତି, ତେବେ ଆପଣଙ୍କ ଏହି ଖବର ଆପଣ ସମସ୍ୟାକୁ ସମାଧାନ କରିପାରିବ । କରୋନା କଲର ଟୋନକୁ ସବୁଦିନ ପାଇଁ ବନ୍ଦ କରିବାକୁ ଏକ ପ୍ରକ୍ରିୟା ରଖିଛି । ଏହି ପ୍ରକ୍ରିୟା ଏୟାରଟେଲ, ଭିଆଇ, ଜିଓ ଭଳି ନେଟୱାର୍କରେ ବି କାମ କରିବ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପ୍ରକ୍ରିୟା…

ଏୟାରଟେଲ
ଏୟାରଟେଲ ବ୍ୟବହାରକାରୀଙ୍କୁ ପ୍ରଥମେ ନିଜ ଫୋନରେ *646*224# ଡାଏଲ କରିବାକୁ ପଡିବ । ଏପରି କରିବା ପରେ ଆପଣଙ୍କୁ କ୍ୟାନ୍ସିଲେସନ୍ ରିକ୍ୱେଷ୍ଟ ସବମିଡ କରିବାକୁ ପଡିବ । ଏବେ ଆପଣଙ୍କୁ ୧ ମାରିବାକୁ ପଡିବ । ଏତିକି କରିବା ମାତ୍ରେ ଆପଣଙ୍କ ମୋବାଇଲରୁ କରୋନା ଡାଏଲର ଟୋନ୍ ସବୁଦିନ ପାଇଁ ବନ୍ଦ ହୋଇଯିବ ।

ଭୋଡ଼ାଫୋନ୍
ଯଦି ଆପଣ ଭୋଡ଼ାଫୋନ୍-ଆଇଡିଆର ଗ୍ରାହକ, ତେବେ ଆପଣଙ୍କୁ କ୍ୟାନ୍ସିଲେସନ୍ ରିକ୍ୱେଷ୍ଟକୁ Text କମେଣ୍ଟରେ ପଠାଇବାକୁ ପଡିବ । ସର୍ବପ୍ରଥମେ ଆପଣ “CANCT” ଟାଇପ କରି ତାକୁ ୧୪୪କୁ ପଠାଇଦିଅନ୍ତୁ । ମେସେଜ ପଠାଇବାର କିଛି ସମୟ ମଧ୍ୟରେ ଆପଣଙ୍କର କରୋନା ଡାୟଲର ଟୋନ ବନ୍ଦ କରିବାର ମେସେଜ ମିଳିଯିବ ।

Jio ଓ BSNL 
ଜିଓ କମ୍ପାନୀର ଗ୍ରାହକମାନଙ୍କୁ କେବଳ ‘STOP’ ମେସେଜ ଟାଇପ୍ କରି ୧୫୫୨୨୩କୁ ପଠାଇବାକୁ ପଡିବ । ମେସେଜ ଗ୍ରହଣ ହେବା ପରେ ଆପଣଙ୍କ ମୋବାଇଲରୁ କରୋନା କଲର ଟୋନ୍ ହଟିଯିବ । ସେହିପରି BSNL ଗ୍ରାହକ ମାନଙ୍କ ପାଇଁ ସ୍ୱତନ୍ତ୍ର ନମ୍ବର ୫୬୭୦୦ ବା ୫୬୯୯ ରହିଛି । କରୋନା ଭାଇରସର କଲର ଟ୍ୟୁନକୁ ବନ୍ଦ କରିବାକୁ ଆପଣ ଏହି ନମ୍ବରରେ ‘UNSUB’ ମେସେଜ କରି ପଠାଇପାରିବେ ।

Get real time updates directly on you device, subscribe now.