fbpx

ICICI ବ୍ୟାଙ୍କ ବ୍ଲକ କଲା ୧୭,୦୦୦କାର୍ଡ,ଜାଣନ୍ତୁ ଗ୍ରାହକଙ୍କୁ ମିଳିବ କି ନା କ୍ଷତିପୂରଣ

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବୃହତ୍ତ ଘରୋଇ ବ୍ୟାଙ୍କ ICICI ବ୍ୟାଙ୍କର ଗ୍ରାହକଙ୍କୁ ଝଟକା ଲାଗିବା ଭଳି ଏକ ଖବର ସାମ୍ନାକୁ ଆସିଛି । ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା କାର୍ଡ ଭୁଲ୍ ଲୋକଙ୍କ ପାଖରେ ପହଞ୍ଚିଯାଇଛି । ବ୍ୟାଙ୍କ ପାଖରେ ଏହି ସୂଚନା ପହଞ୍ଚିବା ପରେ ବ୍ୟାଙ୍କ ତୁରନ୍ତ ସମସ୍ତ ୟୁଜର୍ସଙ୍କ କାର୍ଡ ବ୍ଲକ କରିଦେଇଛି । ବ୍ୟାଙ୍କ ଏହା ମଧ୍ୟ କହିଛି କି ସମସ୍ତ ୟୁଜର୍ସଙ୍କୁ ନୂଆ କାର୍ଡ ପ୍ରଦାନ କରାଯିବ ।

ସୂତ୍ରରୁ ଜଣାପଡିଛି କି ICICIବ୍ୟାଙ୍କ ପକ୍ଷରୁ ଗତ କିଛି ଦିନ ମଧ୍ୟରେ ଜାରି କରାଯାଇଥିବା ୧୭,୦୦୦ କ୍ରେଡିଟ୍ କାର୍ଡ ବ୍ୟାଙ୍କର ଡିଜିଟାଲ ଚ୍ୟାନେଲ ଜରିଆରେ ଭୁଲ୍ ୟୁଜର୍ସଙ୍କ ପାଖକୁ ଚାଲିଯାଇଛି । ବ୍ୟାଙ୍କ ତକ୍ରାଳ ଉପାୟରେ ଏହି ସମସ୍ତ କାର୍ଡକୁ ବ୍ଲକ କରି ଦେଇଛି ଓ ଗ୍ରାହକଙ୍କୁ ଖୁବ୍ ଶୀଘ୍ର ନୂଆ କାର୍ଡ ଜାରି କରିବାକୁ ଯାଉଛି ।

ବ୍ୟାଙ୍କ ପ୍ରବକ୍ତାଙ୍କ ପକ୍ଷରୁ କୁହାଯାଇଛି ପ୍ରଭାବିତ କ୍ରେଡିଟ୍ କାର୍ଡ ସଂଖ୍ୟା ବ୍ୟାଙ୍କର କ୍ରେଡିଟ୍ କାର୍ଡ ପୋର୍ଟଫୋଲିଓରେ ପ୍ରାୟ ୦.୧% । ବ୍ୟାଙ୍କ କହିଛି ଏହି କାର୍ଡ ମଧ୍ୟରୁ କୌଣସି ବି କାର୍ଡର ଦୁରୁପଯୋଗ ହୋଇଥିବା ଖବର ଆମ ସାମ୍ନାକୁ ଆସିନାହିଁ । ଏହା ସହିତ ବ୍ୟାଙ୍କ ଆଶ୍ୱାସନା ଦେଇଛି କି କୌଣସି ପ୍ରକାର ଆର୍ଥିକ କ୍ଷତି ମାମଲାରେ ଗ୍ରାହକଙ୍କୁ ଉଚିତ କ୍ଷତିପୂରଣ ଦିଆଯିବ ।

 

Get real time updates directly on you device, subscribe now.