fbpx
BJD
BJD SKY
BJD SKY

ଟ୍ରେନରେ ମଦ ନେଇ ଯାତ୍ରା ପାରିବେ କି ନାହିଁ, କ’ଣ ରହିଛି ନିୟମ ଓ ଦଣ୍ଡବିଧାନ ?

BJD

ନୂଆଦିଲ୍ଲୀ : ପ୍ରତିଦିନ କୋଟି କୋଟି ଲୋକ ଟ୍ରେନରେ ଯାତ୍ରା କରନ୍ତି । ସହରରୁ ଗାଁକୁ ଯିବାବେଳେ ଅନେକ ଲୋକ ସାଙ୍ଗରେ ବହୁତ ଗୁଡିଏ ଜିନିଷ ନେଇଥାନ୍ତି । ଅନେକ ସାଙ୍ଗରେ ମଦ ନେଇ ଯାଇଥାନ୍ତି । କିଏ ଲୁଚାଇକି ନେଇଥାଏ ଏବଂ ଅନ୍ୟ କିଏ ମଦ ପିଇକି ଯାଇଥାଏ । ଲୋକଙ୍କ ମନରେ ପ୍ରଶ୍ନ ଥାଏ ଟ୍ରେନରେ ମଦ ନେଇ ଯାଇପାରିବା କି? ଯଦି ହଁ, ତେବେ କେତେ ପରିମାଣର ମଦ ନେଇ ଯାତ୍ରା କରିପାରିବା ।

ଏହା ଉତ୍ତର ହେଉଛି ହଁ । ଟ୍ରେନରେ ମଦ ନେଇ ଯାତ୍ରା କରିପାରିବେ କିନ୍ତୁ ସବୁ ସ୍ଥାନରେ ନୁହେଁ । କେଉଁ ରାଜ୍ୟକୁ ଯାଉଛନ୍ତି ତାହା ଉପରେ ଏହା ନିର୍ଭର କରେ । ସମ୍ବିଧାନ ରାଜ୍ୟମାନଙ୍କୁ ମଦ ସମ୍ବନ୍ଧୀୟ ନୀତି ପ୍ରସ୍ତୁତ କରିବାର ଅଧିକାର ଦେଇଛି। ତେଣୁ ଆପଣ ଟ୍ରେନରେ ମଦ ନେଇ ଯାତ୍ରା କରିପାରିବେ କି ନାହିଁ ତାହା ସମ୍ପୂର୍ଣ୍ଣ ରୂପେ ନିର୍ଭର କରିବ ଆପଣ କେଉଁଠି ଓହ୍ଲାଇବେ ।

ଉଦାହରଣ ସ୍ୱରୂପ ଯଦି ଆପଣ ବିହାର ଯାଉଛନ୍ତି ତେବେ ସାଙ୍ଗରେ ମଦ ନେଇ ଯାଇ ପାରିବେ ନାହିଁ, କାରଣ ବିହାର ପ୍ରବେଶ କରିବା ପୂର୍ବରୁ ଏହାକୁ ଫିଙ୍ଗିବାକୁ ପଡିବ । ଯଦି ବିହାରର କୌଣସି ଷ୍ଟେସନରେ ଓହ୍ଲାନ୍ତି ଏବଂ ଯାଞ୍ଚ ସମୟରେ ମଦ ମିଳେ ତେବେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଗୁଜୁରାଟକୁ ଯାଉଥିଲେ ମଧ୍ୟ ସମାନ ନିୟମ ଲାଗୁ ହେବ ।

ଆହୁରି ଅନେକ ରାଜ୍ୟ ଅଛି ଯେଉଁଠାକୁ ମଦ ନେଇ ଯିବାରେ କୌଣସି ପ୍ରତିବନ୍ଧକ ନାହିଁ । ଆପଣ ଟ୍ରେନରେ ମଦ୍ୟପାନ କରିପାରିବେ ଏବଂ ସାଙ୍ଗରେ ମଦ ନେଇ ଯାଇପାରିବେ । କିନ୍ତୁ ମଦ ଖୋଲା ବୋତଲ ହୋଇଥିବା ଉଚିତ୍ ନୁହେଁ । ଏହାର ସିଲ୍ ବନ୍ଦ ହେବା ଉଚିତ୍ । ଏହାକୁ ଲୁଚାଇକି ନେବେ ଯେଭଳି ଅନ୍ୟ କୌଣସି ଯାତ୍ରୀ ଦେଖିପାରିବେ ନାହିଁ । ଟ୍ରେନରେ ସାଙ୍ଗରେ ମଦ ନେଇ ଯିବାର କୌଣସି ନିର୍ଦ୍ଧିଷ୍ଟ ପରିମାଣ ନାହିଁ। ୨୦୧୯ ରେ ଦାଖଲ ହୋଇଥିବା ଆରଟିଆଇ ର ଜବାବ ଦଲିଲରେ କୁହାଯାଇଥିଲା ଯେ, ଟ୍ରେନରେ କୌଣସି ନିର୍ଦ୍ଧିଷ୍ଟ ପରିମାଣର ମଦ ନେବା ପାଇଁ ଲିଖିତ ନିୟମ ନାହିଁ ।

Get real time updates directly on you device, subscribe now.