fbpx

PSG ସହିତ ବିବାଦ ପରେ ସାଉଦୀ ଲିଗ୍‌ରେ ଖେଳିବେ ମେସୀ! ମିଳିଲା ଶହ ଶହ କୋଟିର ଅଫର

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ତାରକା ଫୁଟବଲର ଲିୟୋନେଲ ମେସୀ ଆଗାମୀ ସିଜନରେ ସାଉଦୀ ଆରବରେ ଖେଳୁଥିବା ଦେଖିବାକୁ ମିଳିବେ । ମିଡିଆ ରିପୋର୍ଟ ଅନୁସାରେ ମେସୀ ସାଉଦୀ ଲିଗ୍‌ ଖେଳୁଥିବା ଏକ କ୍ଲବ୍ ସହିତ ଚୁକ୍ତି କରିଛନ୍ତି । ଏହି ଚୁକ୍ତି ପ୍ରାୟତଃ ପୁରଣ ହୋଇସାରିଛି, ବାକି କିଛି ଛୋଟ ଛୋଟ ବିଷୟ ଉପରେ ଆଲୋଚନା ହେବା ବାକି ଅଛି । ମେସୀଙ୍କୁ ଏହି ଲିଗ୍ ଖେଳିବା ପାଇଁ ମୋଟା ଅଙ୍କର ପାରିଶ୍ରମିକ ମିଳିବ ।

ପୁର୍ବରୁ ମଧ୍ୟ ଏହି ପ୍ରକାର ଅନେକ ଖବର ଆସିଥିଲା, କି ଲିୟୋନେଲ ମେସୀ ଅଲ ହିଲାଲ କ୍ଲବ୍ ପାଇଁ ଖେଳିପାରନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଷୟରେ କୌଣସି ଅଧିକାରୀଙ୍କ ସୂଚନା ଆସି ନାହିଁ । ତାଜା ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ, ମେସୀ ସାଉଦୀ ଲିଗ୍ କେଳିବା ପାଇଁ ଚୁକ୍ତି କରି ସାରିଛନ୍ତି । ଏହି ଚୁକ୍ତି ଫୁଟବଲ୍ ଇତିହାସର ସବୁଠାରୁ ବଡ଼ ଚୁକ୍ତି ହୋଇପାରେ । ମେସୀ ପ୍ୟାରିସ୍ ସେଣ୍ଟ ଜର୍ମାନୀ ସହିତ ଜୁନ୍ ୩୦ ପର୍ଯ୍ୟନ୍ତ କେବଳ ରହିବେ । ସେହିପରି ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଯଦି ପିଏସ୍‌ଜି ସହିତ ମେସୀଙ୍କର ଚୁକ୍ତି ବଢିଥାନ୍ତା, ତେବେ ଏପର୍ଯ୍ୟନ୍ତ ଏହା ହୋଇଯିବା କଥା, କିନ୍ତୁ ସେପରି କିଛି ହୋଇନାହିଁ ।

ଏହା ପୂର୍ବରୁ ୩୦ ଏପ୍ରିଲରେ, ଲୋରିଏଣ୍ଟ ବିପକ୍ଷ ମ୍ୟାଚରେ PSG ୧-୩ ରେ ହାରିଯାଇଥିଲା। ଏହା ପରେ ସମସ୍ତ ଖେଳାଳିଙ୍କୁ ଟ୍ରେନିଂରେ ଯୋଗ ଦେବା ଆବଶ୍ୟକ ଥିଲା। ଯଦିଓ, ଦଳ ଜିତିଥାନ୍ତା ତେବେ ଖେଳାଳିମାନେ ଦୁଇ ଦିନ ଛୁଟି ପାଇଥାନ୍ତେ। ତେବେ ଛୁଟି ନଥିଲେ ମଧ୍ୟ ମେସି ତାଙ୍କ ପରିବାର ସହିତ ସାଉଦି ଆରବ ବୁଲିବାକୁ ଯାଇଥିଲେ। ଏହା ପରେ PSG ତାଙ୍କୁ ଦୁଇ ସପ୍ତାହ ପାଇଁ ନିଲମ୍ବିତ କରିଥିଲା, ପରେ ମେସି ଏହି ଘଟଣା ପାଇଁ କ୍ଷମା ମାଗୁଥିବା ଏକ ଭିଡିଓ ଜାରି କରି କ୍ଲବ ସହିତ ଟ୍ରେନିଂରେ ସାମିଲ ହୋଇଥିଲେ।

ମେସିଙ୍କ ପୂର୍ବରୁ ରୋନାଲଡୋ ସାଉଦି ଲିଗରେ ଖେଳୁଛନ୍ତି। ସେ ଚଳିତ ବର୍ଷ ଜାନୁଆରୀ ମାସରେ ସାଉଦି ଲିଗ୍ କ୍ଲବ୍ ଅଲ୍ ନାସରରେ ଯୋଗ ଦେଇଥିଲେ। ଜୁନ୍ ୨୦୨୫ ପର୍ଯ୍ୟନ୍ତ ରୋନାଲଡୋ ଏହି କ୍ଲବ୍ ରେ ରହିବେ। ଏଥିପାଇଁ ସେ ୪୦୦ ନିୟୁତ ୟୁରୋରୁ ଅଧିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ପରେ ସେ ଫୋର୍ବସ୍ ଅନୁଯାୟୀ ଦୁନିଆର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଆଥଲେଟ୍ ହୋଇପାରିଛନ୍ତି।

Get real time updates directly on you device, subscribe now.