fbpx

ଏହି ସରକାରୀ ବ୍ୟାଙ୍କର ଗ୍ରାହକଙ୍କୁ ଲାଗିଲା ଶକ୍ତ ଝଟକା: ୯ ଟି ସେବା ଉପରେ ନିଆଯାଇଥିବା ଚାର୍ଜରେ ହେଲା ପରିବର୍ତ୍ତନ

AAKASH

ନୂଆଦିଲ୍ଲୀ: ଯଦି ଆପଣଙ୍କର ଆକାଉଣ୍ଟ୍ କାନାରା ବ୍ୟାଙ୍କରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାନାରା ବ୍ୟାଙ୍କ ନୂଆ ବର୍ଷ ଅବସରରେ ଏହାର ନଅଟି ସୁବିଧା ପାଇଁ ଶୁଳ୍କ ବଦଳାଇ ଦେଇଛି । ତେବେ ବ୍ୟାଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ହାର ଫେବୃଆରୀ ୩ ରୁ ଲାଗୁ ହେବ । କାନାରା ବ୍ୟାଙ୍କ ଗ୍ରାହକଙ୍କୁ ବର୍ତ୍ତମାନ ଚେକ୍ ରିଟର୍ଣ୍ଣ, ଇସସିଏସ ଡେବିଟ୍ ରିଟର୍ଣ୍ଣ, ଏଟିଏମ୍ ମନି କାରବାର, ଫଣ୍ଡ ଟ୍ରାନ୍ସଫର, ଇଣ୍ଟରନେଟ୍-ମୋବାଇଲ୍ ବ୍ୟାଙ୍କିଙ୍ଗ୍, ଅନଲାଇନ୍ ଫଣ୍ଡ ଟ୍ରାନ୍ସଫର, ନାମ ପରିବର୍ତ୍ତନ ଏବଂ ଠିକଣା ପରିବର୍ତ୍ତନ ପାଇଁ ନୂଆ ଶୁଳ୍କ ଦେବାକୁ ପଡିବ ।

୯ ସେବା ପାଇଁ ଦେୟ ଶୁଳ୍କରେ ପରିବର୍ତ୍ତନ :-
କାନାରା ବ୍ୟାଙ୍କର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୯ ଟି ସେବା ପାଇଁ ଶୁଳ୍କ ବଦଳାଯାଇଛି । ଯଦି ବୈଷୟିକ କାରଣରୁ ବ୍ୟାଙ୍କ ଦ୍ୱାରା ଚେକ୍ ଫେରସ୍ତ କରାଯାଏ, ତେବେ ଗ୍ରାହକଙ୍କଠାରୁ କୌଣସି ଦେୟ ନିଆଯିବ ନାହିଁ । କୌଣସି ପରିବର୍ତ୍ତନ ପରେ ୧୦୦୦ ରୁ କମ୍ ଚେକ୍ ପାଇଁ ୨୦୦ ଟଙ୍କା ଚାର୍ଜ ଦେବାକୁ ପଡିବ । ୧୦୦୦ ରୁ ୧୦ ଲକ୍ଷ ମଧ୍ୟରେ ଟଙ୍କା ପାଇଁ ଏହି ଫି ୩୦୦ ଟଙ୍କା ହେବ ।

ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସର ମେଣ୍ଟେନ୍ ଉପରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସର୍ବନିମ୍ନ ବାଲଶନ୍ସ ମେଣ୍ଟେନ ରଖିବାରେ ବିଫଳତା କଲେ ଆପଣଙ୍କ ଉପରେ ପେନାଲ୍ଟି ଲାଗିବ । ଗ୍ରାମାଞ୍ଚଳ ପାଇଁ ସର୍ବନିମ୍ନ ବାଲାନ୍ସ ସୀମା ୫୦୦ ଟଙ୍କା ଏବଂ ଅର୍ଦ୍ଧ ସହରୀ ଅଞ୍ଚଳ ପାଇଁ ୧୦୦୦ ଟଙ୍କା । ସେହିଭଳି ସହରୀ / ମେଟ୍ରୋ ପାଇଁ ସର୍ବନିମ୍ନ ପରିମାଣ ସୀମା ହେଉଛି ୨୦୦୦ ଟଙ୍କା । ଏହି ରାଶି ବଜାୟ ରଖିବା ପାଇଁ ବିଭିନ୍ନ କ୍ଷେତ୍ର ଉପରେ ନିର୍ଭର କରି ବ୍ୟାଙ୍କ ୨୫ ରୁ ୪୫ ଟଙ୍କା ପର୍ଯ୍ୟନ୍ତ ପେନାଲ୍ଟି ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ।

ବ୍ୟାଙ୍କ ଆକାଉଣ୍ଟରେ କାହାର ନାମ ଯୋଡିବା କିମ୍ବା ଡିଲିଟ କରିବା ପାଇଁ ଚାର୍ଜ ମଧ୍ୟ ଦେବାକୁ ପଡିବ । କୌଣସି ନାମ ଯୋଡିବା କିମ୍ବା ହଟାଇବା ପାଇଁ ୧୦୦ ଟଙ୍କା ଏବଂ ଜିଏସ୍ଟି ଆଦାୟ କରାଯିବ । ଏହି ଫି କେବଳ ୱିଣ୍ଡୋ ମାଧ୍ୟମରେ ଆବେଦନ କରିବା ପାଇଁ ପ୍ରଯୁଜ୍ୟ ହେବ । ଅନଲାଇନ୍ ମୋଡରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ । ଯଦି ଜଏଣ୍ଟ ଆକାଉଣ୍ଟଧାରୀ ମରିଯାଏ, ତେବେ ତାଙ୍କ ନାମ ହଟାଇବା କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ମୋବାଇଲ୍ ନମ୍ବର, ଇ-ମେଲ୍ ଏବଂ ଠିକଣା ଇତ୍ୟାଦି ବଦଳାଇବା ପାଇଁ ଦେୟ ଦେବାକୁ ପଡିବ । ଗୋଟିଏ ମାସରେ ଚାରିଥର ଏଟିଏମରୁ ଟଙ୍କା ଉଠାଇବା ପାଇଁ କେଉଁ ପ୍ରକାର ଫି ଦେବାକୁ ପଡିବ ନାହିଁ । ଏହା ପରେ ପ୍ରତ୍ୟେକ କାରବାରରେ ୫ ଟଙ୍କା ସହିତ ଜିଏସଟି ଦେବାକୁ ପଡିବ ।

Get real time updates directly on you device, subscribe now.