fbpx

ଏହି ତେଲକୁ ଖାଇବାରେ ବ୍ୟବହାର କରିବା ଦ୍ୱାରା ହୋଇପାରେ କ୍ୟାନ୍ସର: ଆଜିଠୁ ହୁଅ ସାବଧାନ୍

ନୂଆଦିଲ୍ଲୀ: ଭାରତର ଅନେକ ଲୋକ କ୍ୟାନ୍ସରର ଶିକାର ହେଉଛନ୍ତି । ଅନେକ ଲୋକଙ୍କ ପାଇଁ ଏହି ରୋଗ ସାଙ୍ଘାତିକ ହୋଇଛି, କାରଣ ଏହାର ଲକ୍ଷଣକୁ ସେମାନେ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିପାରିନଥାନ୍ତି । କ୍ୟାନ୍ସର ରୋଗର ଅନେକ କାରଣ ରହିଛି, କିନ୍ତୁ ଆପଣ ଜାଣନ୍ତି କି ଏହାର ମୁଖ୍ୟ କାରଣ ହେଉଛି ଆପଣଙ୍କର ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାର ଅଭ୍ୟାସ । ସର୍ବପ୍ରଥମେ ଆପଣଙ୍କୁ ଦେଖିବାକୁ ପଡ଼ିବ କି ଖାଇବାରେ ବ୍ୟବହାର କରୁଥିବା ତେଲ କେତେ ସୁସ୍ଥ ।

ତେଲ ବ୍ୟବହାର ନକରି ଭାରତୀୟ ସୁସ୍ୱାଦୁ ଖାଦ୍ୟର କଳ୍ପନା କରାଯାଇପାରିବ ନାହିଁ, କିନ୍ତୁ ଯଦି ଆପଣ କୁକିଂ ଅଏଲକୁ ଅତ୍ୟଧିକ ବ୍ୟବହାର କରନ୍ତି ତେବେ ଏହା ଶରୀର ପାଇଁ ସାଂଘାତିକ ହୋଇପାରେ । ଉଚ୍ଚ ତାପମାତ୍ରାରେ ଗରମ ହୋଇଥିବା ଖାଦ୍ୟ ଶରୀରର ପିଏଚ ସ୍ତରକୁ ଅନିୟନ୍ତ୍ରିତ କରିଥାଏ, ଯେଉଁ କାରଣରୁ ପେଟର ଚର୍ବି ବଢ଼ିବା, ଇନଡାଇଜେସନ, ଗ୍ୟାସ୍, କୋଷ୍ଠକାଠିନ୍ୟ ଭଳି ରୋଗ ହୋଇପାରେ ।

ଅନେକ ଗବେଷଣାରୁ ଜଣାପଡିଛି ଯେ, ଯଦି ଖାଦ୍ୟରେ ସୈଚୁରେଟେଡ ଫ୍ୟାଟର ଅଧିକ ବ୍ୟବହାର ହୁଏ କିମ୍ବା ଯଦି ଆମେ ଅଧିକ ଭେଜିଟେବଲ ଅଏଲ ବ୍ୟବହାର କରୁ ତେବେ ଏହା ଅତ୍ୟନ୍ତ ବିପଜ୍ଜନକ ପଦ୍ଧତି ହୋଇଥାଏ । ତୁରନ୍ତ ଆପଣ ରୋଷେଇ ଘରରୁ ଏପରି କୁକିଂ ଅଏଲ ହଟାଇ ଦିଅନ୍ତୁ, ନଚେତ୍ ଏହା କ୍ୟାନ୍ସର ରୋଗର କାରଣ ହୋଇପାରେ ।

ଏହି ତେଲଠାରୁ ଦୂରତା ରୁହନ୍ତୁ:-

ସୂର୍ଯ୍ୟମୁଖୀ, ସୋୟାବିନ୍ ଏବଂ ଖଜୁରୀ ତେଲ ଅତ୍ୟଧିକ ଗରମ ହେଲେ ଆଲଡିହାଇଡ୍ ରାସାୟନିକ ପଦାର୍ଥ ମୁକ୍ତ କରିବା ଆରମ୍ଭ କରନ୍ତି, ଯାହାକି କ୍ୟାନ୍ସର ରୋଗ ସୃଷ୍ଟି କରୁଥିବା ଉପାଦାନ । ଏହି କାରଣରୁ ଶରୀରରେ କ୍ୟାନ୍ସର ସେଲ ଜନ୍ମ ହେବା ଆରମ୍ଭ କରନ୍ତି । ତେଣୁ ତୁରନ୍ତ ଏହି ତେଲର ବ୍ୟବହାର ବନ୍ଦ କରିଦେବା ଉଚିତ୍ ।

କେତେକ ରନ୍ଧନ ତେଲରେ ପଲିୟୁନସୁରେଟେଡ୍ ଫ୍ୟାଟ୍ ବହୁତ ଅଧିକ ଥିବା ଦେଖିବାକୁ ମିଳେ । ଯଦି ଏହାକୁ ଉଚ୍ଚ ତାପମାତ୍ରାରେ ଗରମ କରାଯାଏ, ତେବେ ଏହା ଆଲଡିହାଇଡରେ ଭାଙ୍ଗିବା ଆରମ୍ଭ କରେ । ଡିମୋନଫୋର୍ଟ ୟୁନିଭରସିଟିରେ କରାଯାଇଥିବା ଏକ ଅଧ୍ୟୟନରେ ଏହା ଜଣାପଡିଛି ଯେ କିଛି ତେଲରେ ଦୈନନ୍ଦିନ ବ୍ୟବହାର ସୀମାଠାରୁ ୨୦୦ ଗୁଣ ଅଧିକ ଆଲଡିହାଇଡ୍ ଥାଏ ।

କେଉଁ ତେଲ ବ୍ୟବହାର କରିବେ?

କିଛି ତେଲ ଅଛି ଯାହାର ବ୍ୟବହାର କରିବା ଦ୍ୱାରା କ୍ୟାନ୍ସର ରୋଗର ଆଶଙ୍କାକୁ ହ୍ରାସ ପାଇଥାଏ, ଯେଉଁଥିରେ ଘିଅ, ହ୍ୱାଇଟ୍ ବଟର, ଅଲିଭ୍ ଅଏଲ ସାମିଲ ରହିଛି । ଏହି ତେଲ ଗରମ ହେଲେ ଆଲଡିହାଇଡସ୍ କମ୍ ଭାଙ୍ଗିଯାଏ । ତେବେ ଆପଣ ତେଲ ଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ଯିବାକୁ ଚେଷ୍ଟା କରନ୍ତୁ, କାରଣ ଏପରି କରିବା କ୍ୟାନ୍ସର ସମେତ ଡାଇବେଟିସ୍ ଓ ହାର୍ଟ ସହ ଜଡ଼ିତ ରୋଗର ଆଶଙ୍କା କମିଯାଇଥାଏ ।

Get real time updates directly on you device, subscribe now.