fbpx

ଖରାଦିନ ପାଇଁ ଜଳଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ୍

AAKASH

ଭୁବନେଶ୍ୱର ୧୨ା୪ (ଓଡିଶା ଭାସ୍କର) : ଖରାଦିନ ପାଇଁ ଜଳଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ୍ । ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଜଳଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ରାଜ୍ୟ ସରକାର । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ଏବଂ ପାନୀୟ ଜଳଯୋଗଣା ମନ୍ତ୍ରୀ । ପାନୀୟ ଜଳ ସମସ୍ୟା ପାଇଁ ୩ଟି ଟୋଲ ଫି ନମ୍ବର ମଧ୍ୟ ଜାରି କରାଯାଇଛି । ଗ୍ରାମାଞ୍ଚଳ ପାଇଁ ୧୯୧୬ ନମ୍ବର ଓ ସହରାଞ୍ଚଳ ପାଇଁ ୧୫୫୩୫୯ ଏବଂ ୧୮୦୦୩୪୫୬୭୮୩ ୨ଟି ନମ୍ବର ଜାରି କରାଯାଇଛି । ନଳକୂପ ମୀରାମତି ପାଇଁ ୧୬୧ଟି ସ୍ୱତନ୍ତ୍ର ସ୍କାଡ଼୍ ଗଠନ କରାଯାଇଥିବା ବେଳେ ୧୧୪ ଟି ପୌରାଞ୍ଚଳରେ ୬୫୦ଟି ହଟସ୍ପଟ୍ ଚିହ୍ନଟ ହୋଇଛି ।

Get real time updates directly on you device, subscribe now.