fbpx
BSKY
BJD YOUTH SKY
BJD MS SKY

OYOରେ ଆରମ୍ଭ ହେଲା ପେଡ଼୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା

ଭୁବନେଶ୍ୱର ୧୨ା୪ (ଓଡିଶା ଭାସ୍କର) : ଭୁବନେଶ୍ୱରରେ ପେଡ଼୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ କରିଛି BMC । ୨ ଟି OYO ହୋଟେଲକୁ ପେଡ଼୍ କ୍ୱାରେଣ୍ଟାଇନ୍ ଓ ଗୋଟିଏ ହୋଟେଲକୁ ପେଡ଼୍ ଆଇସୋଲେସନ୍ କରାଯାଇଛି । ଏଥିରେ ୪୦ ଟି ରୁମ୍ କରାଯାଇଥିବା ବେଳେ ଏସି ରୁମ୍ ପାଇଁ ୧୪୯୯ ଟଙ୍କା ଏବଂ ସାଧାରଣ ରୁମ୍ ପାଇଁ ୧୦୯୯ ଟଙ୍କା ମୂଲ୍ୟ ରଖାଯାଇଛି । ଏହି ସବୁ OYO ହୋଟେଲର ସୁବିଧା ଘାଟିକିଆ,ପଟିଆ ଏବଂ ଗଜପତିନଗରରେ ରହିଛି । ସେଠାରେ ସ୍ୱାସ୍ଥ୍ୟଗତ ପରାମର୍ଶ ଲାଗି ଡ଼ାକ୍ତରଙ୍କ ଉପଲବ୍ଧି ମିଳିବ । ଭୁବନେଶ୍ୱରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ସେହିପରି ଗତ ୨୪ ଘଣ୍ଟାରେ ୧୭୪୧ ଜଣ ନୂଆ କରୋନା ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୧୫ ଜଣ କ୍ୱାରେଣ୍ଟାଇନରେ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୭୨୬ ରହିଛି ।

 

Get real time updates directly on you device, subscribe now.