fbpx

ଟିକା ନେବା ପୁର୍ବରୁ କେଉଁ ପ୍ରକାର ଖାଦ୍ୟ ଖାଇବେ? ଜାଣିବା ପାଇଁ ପଢ଼ନ୍ତୁ ପୁରା ଖବର

ଦିନକୁ ଦିନ ନୁଆ ରେକର୍ଡ କରୁଛି କରୋନା ସଂକ୍ରମଣ । ତେଣୁ ଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରିଛନ୍ତି କେନ୍ଦ୍ର ସରକାର । ତେବେ ଅଧକାଂଶ ଲୋକ ଟିକା ନେବାକୁ ଇଚ୍ଛୁକ ଥିବା ବେଳେ କିଛି ଲୋକ ଟିକା ଠାରୁ ମୁହଁ ଫେରାଇ ନେଉଛନ୍ତି । କାରଣ ସେମାନଙ୍କ ମନରେ ଡର ରହୁଛି ଯେ ଟିକା ପାର୍ଶ୍ବ ପ୍ରତିକ୍ରିୟା ଦେଖାଇପାରେ । ଏ କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଆପଣ ମାନେ ନିଜର ଖାଦ୍ୟ ପେୟରେ ସଚେତନ ହେଲେ କରୋନାକୁ ହରାଇବାରେ ସଫଳ ହେବେ । ତେଣୁ ଟିକାକରଣ ପ୍ରକ୍ରିୟାରେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଭୂମିକା ବହନ କରେ ଖାଦ୍ୟ । ଶରୀରରେ ଭରପୁର ଜଳୀୟଅଂଶ ରହିବା ସହିତ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଚେତାଶୂନ୍ୟ ଓ ଚାପ ଆଦି ଲକ୍ଷଣକୁ କମ୍ କରାଯାଇପାରିବ ।

ଆପଣ ମାନେ ଖାଉଥିବା ଖାଦ୍ୟ ଉପରେ ନିର୍ଭର କରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିର କ୍ଷମତା । ତେଣୁ ଉପଯୁକ୍ତ ପ୍ରୋଟିନ୍ ଦେଉଥିବା ଖାଦ୍ୟ ଖାଇବା ଆବଶ୍ୟକ । ଯେପରି ଶରୀରରେ ଜଳୀୟ ଅଂଶ କମ୍ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ମଧ୍ୟ ଆବଶ୍ୟକ । ବିଶେଷ କରି ଯେତେବେଳେ ଆପଣ କୋଭିଡ଼୍ ଟିକା ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେତେବେଳେ ଅଧିକ ପାଣି ପିଅନ୍ତୁ । ଏହାସହିତ ଏପରି ଫଳ ଖାଆନ୍ତୁ, ଯେଉଁଥିରେ ଜଳ ଓ ଫାଇବର ଭରପୁର ମାତ୍ରାରେ ଥିବ । ଏପରି କରିବା ଦ୍ୱାରା ଟିକା ନେବା ଦ୍ୱାରା ଦେଖା ଦେଉଥିବା ପାର୍ଶ୍ବ ପ୍ରତିକ୍ରିୟାର ପ୍ରଭାବ କମ୍ ହୋଇପାରେ । ଟିକା ନେବାର କିଛି ଦିନ ପୂର୍ବରୁ ସ୍ୱାସ୍ଥ୍ୟକର ଖାଦ୍ୟ ନିୟମିତ ଖାଆନ୍ତୁ । ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ପରିବର୍ତ୍ତେ ଫାଇବରଯୁକ୍ତ ଖାଦ୍ୟ ଖାଆନ୍ତୁ । ଫାଇବରଯୁକ୍ତ ଫଳ ଏବଂ ଏହାର ରସ ସେବନ କରନ୍ତୁ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ଅନ୍ୟପଟେ ଟିକା ନେବା ସମୟରେ ଆପଣଙ୍କୁ ମାନସିକ ସ୍ତରରେ ସୁସ୍ଥ ଓ ସକ୍ରିୟ ରହିବା ନିହାତି ଆବଶ୍ୟକ । ତେଣୁ ଆପଣଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ଯେପରିକି ଦଲିଆ, ଓଟ୍ସ, ଭିଟାମିନ୍ ଓ ମିନେରାଲ୍ୟୁକ୍ତ ଖାଦ୍ୟ ଖାଆନ୍ତୁ । ଚର୍ବି ଓ ଅଧିକ ଶର୍କରାଯୁକ୍ତ ଭୋଜନରୁ ଦୂରେଇ ରୁହନ୍ତୁ । ଟିକାକରଣ ପରେ ଜ୍ୱର, ଶରୀରରେ ଯନ୍ତ୍ରଣା ଏବଂ ଇଞ୍ଜେକ୍ସନ ଦ୍ୱାରା ହେଉଥିବା କଷ୍ଟ ଆଦି ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇପାରେ । ଏହି ସମୟରେ ଶରୀରରେ ଜଳୀୟ ଅଂଶର ମାତ୍ରା ସଠିକ୍ ରହିବା ଆବଶ୍ୟକ । ଏଭଳି ସମୟରେ ମଦ୍ୟପାନଠାରୁ ଦୂରେଇ ରହିବା ଉଚିତ ।

 

 

Get real time updates directly on you device, subscribe now.