fbpx
BSKY
BJD YOUTH SKY
BJD MS SKY

ବାଲେଶ୍ୱରର ଗୋଟିଏ ସ୍ଥାନରୁ ୧୦୧ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ୱର ୧୨ା୪ (ଓଡିଶା ଭାସ୍କର) : ଇମାମୀ ପେପର ମିଲରୁ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ । ଆଜି ବାଲେଶ୍ୱରରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେବଳ ୧୦୧ ଜଣ କରୋନା ଆକ୍ରାନ୍ତ ରେମୁଣା ସ୍ଥିତ ଇମାମୀ ପେପର ମିଲରୁ ଚିହ୍ନଟ କରାଯାଇଛି । ଇମାମୀ ପେପର ମିଲରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ମିଲର ୩ଟି ୟୁନିଟ୍ ମଧ୍ୟରୁ ଗୋଟିଏ ୟୁନିଟକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି । ଏନେଇ ବାଲେଶ୍ୱର ସିଡ଼ିଏମ୍ ଦୁଲାଲସେନ ଜଗଦ୍ଦେବ ସୂଚନା ଦେଇଛନ୍ତି । ଖବର ଅନୁସାରେ ଗତ ୨୪ ଘଣ୍ଟାରେ ୧୭୪୧ ଜଣ ନୂଆ କରୋନା ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୧୫ ଜଣ କ୍ୱାରେଣ୍ଟାଇନରେ ଚିହ୍ନଟ ହୋଇଥିବା ବେଳେ ୭୨୬ଟି ଲୋକାଲ୍ କେସ୍ ରହିଛି ।

Get real time updates directly on you device, subscribe now.