fbpx
BJD SKY
BJD SKY

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିଷ୍ପତ୍ତି: NEET-PG ପ୍ରବେଶିକା ପରୀକ୍ଷାରେ ଶୂନ ମାର୍କ ରଖିଥିଲେ ମଧ୍ୟ ପ୍ରାର୍ଥୀ ଆଡମିଶନ କରିପାରିବେ

BJD

ନୂଆଦିଲ୍ଲୀ: ମେଡିକାଲ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନିଟ-ପିଜି ପ୍ରବେଶିକା ପରୀକ୍ଷାରେ ଶୂନ ମାର୍କ ରଖିଥିଲେ ମଧ୍ୟ ପ୍ରାର୍ଥୀ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଏମଡି, ଏମଏସ ପରି ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀରେ ନାମଲେଖାଇ ପାରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କଟ୍ ଅଫକୁ ହ୍ରାସ କରି ଶୂନ କରିଦିଆଯାଇଛି ।

ପୂର୍ବରୁ ସାଧାରଣ ବର୍ଗ ପାଇଁ ୫୦, ପିଡବ୍ଲ୍ୟୁଡି ପାଇଁ ୪୫, ଅଣସଂରକ୍ଷିତ ବର୍ଗ ପାଇଁ ୪୦ ପ୍ରତିଶତ ମାର୍କ ରହିଥିଲା । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଫେଡେରେସନ ଅଫ୍ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ପକ୍ଷରୁ ବିରୋଧ କରାଯାଇଛି । ଅନ୍ୟପକ୍ଷରେ ପୂର୍ବରୁ ସିଟ୍ ଖାଲି ପଡ଼ୁଥିବା ବେଳେ ଏଣିକି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପିଜି ସିଟରେ ଆଡମିଶନ ନେଇପାରିବେ ବୋଲି ଫେରେଡରେସନ ଅଫ୍ ରେସିଡେଣ୍ଟସ ଡାକ୍ତର ଆସୋସିଏସନ ପକ୍ଷରୁ କୁହାଯାଇଛି ।

ଯଦି କଟ୍ ଅଫ୍ ଶୂନ୍ୟ କରାଯିବ ତେବେ ନିଟ୍ ପିଜ୍ ପରୀକ୍ଷା କ’ଣ ପାଇଁ କରାଯାଉଛି ବୋଲି ସୋସିଆଲ ମିଡ଼ିଆରେ କିଛି ମେଡିକାଲ ଗ୍ରାଜୁଏଟସ ଓ ସିନିୟର ଡାକ୍ତର ପ୍ରତିକ୍ରିୟା ଦେଇଛନ୍ତି । ଏଣିକି ଶୂନ୍ୟ ଓ ନେଗେଟିଭ୍ ମାର୍କଧାରୀ ନାମଲେଖାଇବା ଯୋଗ୍ୟ ହୋଇଯିବେ ବୋଲି ସେମାନେ କହିଛନ୍ତି । ନିଟ-ପିଜି କଟ୍ ଅଫ୍ ଶୂନ ପରସେଣ୍ଟାଇଲ କରିବା ଫଳରେ ରୋଗୀଙ୍କର ସୁରକ୍ଷା ବିପଦରେ ପଡ଼ିଯିବ । ଘରୋଇ ମେଡିକାଲ କଲେଜଗୁଡ଼ିକ ଅଧିକ ଫାଇଦା ପାଇବେ । ଯୋଗ୍ୟତା ଆଧାରରେ ଚୟନ, ଚିକିତ୍ସା କ୍ଷେତ୍ରର ପ୍ରତିଷ୍ଠା, ନୈତିକାକୁ ଶକ୍ତ ଧକ୍କା ଲାଗିବ ବୋଲି ଜଣେ ୟୁଜର ଲେଖିଛନ୍ତି ।

Get real time updates directly on you device, subscribe now.