fbpx

ନିଶା କାରବାରର ହାଇଟେକ୍ ତରିକା: କୋରିୟରରେ ଚାଲିଥିଲା ଗଞ୍ଜେଇ ଚୋରାଚାଲାଣ, ୨ ଗିରଫ

ଭୁବନେଶ୍ୱର(ଓଡିଶା ଭାସ୍କର): ନିଶା କାରବାରର ହାଇଟେକ୍ ତରିକା । ଅଭିନବ ଉପାୟରେ କୋରିୟରରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ବନ୍ଧା ହୋଇଛନ୍ତି ୨ ମାଫିଆ । ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ଏହି ୨ ଗଞ୍ଜେଇ ଚାଲାଣକାରୀ । ସେମାନଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ଭିଆରଏଲ କୋରିୟର ମାଧ୍ୟମରେ ଗଞ୍ଜେଇ ଭୁବନେଶ୍ଵରରୁ ଦିଲ୍ଲୀକୁ ଚୋରା ଚାଲାଣ ବେଳେ ୨ ଜଣ ମାଫିଆ ଆଜି ପୋଲିସ ହାତରେ ଧରାପଡ଼ିଛନ୍ତି ।

ପୋଲିସ କୋରିୟର ପ୍ୟାକେଟରୁ ୪୫ କେଜିର ଗଞ୍ଜେଇ ଜବତ କରିଛି । ଭୁବନେଶ୍ୱରର କୋଚିଲାଇ ହାଟରୁ ଏହି ୨ ମାଫିଆଙ୍କୁ ସହିଦନଗର ଥାନା ପୋଲିସ ଧରିଛି। ଏହି ୨ ମାଫିଆ ଦିଲ୍ଲୀର ହୋଇଥିବା ସୂଚନା ମିଳିଛି।

 

Get real time updates directly on you device, subscribe now.