fbpx

ଅର୍ଥ ଅଭାବରୁ ହୋଇପାରୁନାହିଁ ଚିକିତ୍ସା: ବାରଣ୍ଡାରେ ପଡ଼ି ରହୁଛନ୍ତି ମହାଦେବ

ଦାରିଦ୍ର୍ୟତା କାରଣରୁ କିଣି ପାରୁନାହାଁନ୍ତି ଔଷଧ । ସରକାରୀ ସହାୟତା ପାଲଟିଛି ସାତ ସପନ । ଅସ୍ୱାସ୍ଥ୍ୟକର ପରିବେଶରେ ବିତୁଛି ଦୁଇ ପ୍ରାଣୀଙ୍କର ଜୀବ । ଏପରି ଘଟଣା ଦେଖିବାକୁ ମିଳିଛି ନିମାପଡ଼ା ବ୍ଲକ୍ ବାହାରଣା ଗ୍ରାମପଞ୍ଚାୟତ ତେନ୍ତୁଳିଗୁଆଁ ଗ୍ରାମରେ । ଗ୍ରାମର ମହାଦେବ ଖୁଣ୍ଟିଆଙ୍କ ଓ ତାଙ୍କ ପତ୍ନୀ ଦୁଇ ପ୍ରାଣୀ ଚଳୁଥିବା ବେଳେ କୌଣସି ପୁଅ ଝିଅ ନାହାନ୍ତି । ୨୦୧୭ ମସିହାରେ ହଠାତ୍ ମହାଦେବ ଖୁଣ୍ଟିଆଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା । କିଛି ଯୁବକ ଏବଂ ସମାଜସେବୀଙ୍କ ସହାୟତାରେ ହସ୍ପିଟାଲରେ ଚିକିତ୍ସି ହୋଇ ଘରକୁ ଫେରିଥିଲେ । ଏହା ପରଠାରୁ ଘରକୁ ଫେରି ବାରଣ୍ଡାରେ ପଡ଼ି ରହିଛନ୍ତି । ଝୁମ୍ପୁଡ଼ି ଘର ହୋଇଥିବା ବେଳେ ଘର କରିବା ପାଇଁ କିମ୍ବା କ୍ଷୟକ୍ଷତି ପାଇଁ କୌଣସି ସହାୟତା ମିଳିନାହିଁ । ଯନ୍ତ୍ରଣା ସହି ନପାରି ମହାଦେବ ଡାକୁଛନ୍ତି ଠାକୁରଙ୍କୁ ତୁମ ପାଖକୁ ନେଇଯାଅ । ସେପଟେ ମହାଦେବଙ୍କ ପତ୍ନୀ ଝୁଲଣୀ ସ୍ୱାମୀଙ୍କ କଥା ଭାବି ଭାବି ମାନସିକ ଭାରସାମ୍ୟ ହରାଇଲେଣି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.