fbpx

ଆଫଗାନିସ୍ତାନକୁ କବଜା କରିବା ପରେ ଏହି ଦେଶ ସହ ପ୍ରଥମ ବାର୍ତ୍ତା ଆରମ୍ଭ କଲା ତାଲିବାନ

ନୂଆଦିଲ୍ଲୀ : ଗତ ବର୍ଷ ଅଗଷ୍ଟ ମାରେ ଆଫଗାନିସ୍ତାନକୁ ନିଜର ସଂପୂର୍ଣ୍ଣ ଅକ୍ତିକାରକୁ ଆଣିବା ପରେ ତାଲିବାନ ପ୍ରଥମ ଥର ୟୁରୋପରେ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ଆରମ୍ଭ କରି ଦେଇଛି। ନରଓ୍ଵେର ରାଜଧାନୀ ଓସ୍ଲୋ ସ୍ଥିତ ଏକ ହୋଟେଲ୍ରେ ଏହି ବାର୍ତ୍ତା ହୋଇଛି। ଏହି ତିନି ଦିନିଆ ବାର୍ତ୍ତା ତାଲିବାନ ଏବଂ ନାଗରିକ ସଂସ୍ଥାର ପ୍ରତିନିଧିଙ୍କ ସହ ଆରମ୍ଭ ହୋଇଛି।

ଆଫଗାନିସ୍ତାନର ସଂସ୍କୃତି ଏବଂ ସୂଚନା ଉପ ମନ୍ତ୍ରୀ ଜବିଉଲ୍ଲା ମୁଜାହିଦ ରବିବାର ରାତିରେ ଏକ ଯୁଗ୍ମ ବୟାନ ଜାରି କରିଛନ୍ତି। ଏଥିରେ କୁହାଯାଇଛି, ବୈଠକରେ ସାମିଲ୍ ସମସ୍ତ ସଦସ୍ୟ ମାନିଛନ୍ତି ଯେ ଆଫଗାନିସ୍ତାନର ସମସ୍ତ ସମସ୍ୟାର ସମାଧାନ ଉତ୍ତମ ସମନ୍ଵୟ ଏବଂ ଆଲୋଚନା ମାଧ୍ୟମରେ ହୋଇ ପାରିବ। ମୁଜାହିଦ ଏହା ଉପରେ ଜୋର୍ ଦେଇଛନ୍ତି ଯେ, ଦେଶରେ ଉନ୍ନତ ରାଜନୈତିକ, ଆର୍ଥିକ ଏବଂ କଡା ସୁରକ୍ଷା ପାଇଁ ସମସ୍ତ ଆଫଗାନବାସୀଙ୍କୁ କାମ କରିବାକୁ ପଡିବ। ବର୍ତ୍ତମାନ ଅନ୍ୟ ପାଶ୍ଚାତ୍ୟ ଦେଶ ଦ୍ଵାରା ରୋକାଯାଇଥିବା ୧୦ ଅରବ ଡଲାର ରାଶି ଜାରି କରିବାକୁ ଦାବି କରିବ ତାଲିବାନ। କାରଣ ଆଫଗାନିସ୍ତାନ ଦୟନୀୟ ସ୍ଥିତି ଦେଇ ଗତି କରୁଛି।

ସୂଚନାଯୋଗ୍ୟ, ମିଳିତ ଜାତିସଂଘ ତାଲିବାନ ପ୍ରଶାସନକୁ କିଛି ନଗଦ ଅର୍ଥ ଯୋଗାଇ ଦେଇଛି। ବିଜୁଳି ସମେତ କିଛି ସାମଗ୍ରୀ ଆମଦାନୀ ପାଇଁ ଅର୍ଥ ଉପଲବ୍ଧ କରିବାକୁ ମିଳିତ ଜାତିସଂଘ ନିଜ ସଂଗଠନକୁ ଅନୁମତି ଦେଇଛି। ଏଥିସହ ଚେତାବନୀ ଦେଇଛି ଯେ, ତାଲିବାନ ଅମଳରେ ୧୦ ଲକ୍ଷ ପିଲା କୁପୋଷଣର ଦ୍ଵାରଦେଶରେ ପହଞ୍ଚି ଯାଇଛନ୍ତି। ୩.୮ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ବଞ୍ଚିବାକୁ ବିବଶ ହୋଇଛନ୍ତି।

Get real time updates directly on you device, subscribe now.