fbpx

‘ଅଖିଳେଶ ପାକିସ୍ତାନକୁ ଭାରତର ପ୍ରକୃତ ଶତ୍ରୁ ଭାବୁନାହଁନ୍ତି’: ସମାଜବାଦୀ ମୁଖ୍ୟଙ୍କୁ ଟାର୍ଗେଟ କଲେ ସମ୍ବିତ ପାତ୍ର

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ ମଧ୍ୟ ସେତେ ସରଗରମ ହେଉଛି । ତେବେ ଏହାରି ଭିତରେ ଆରମ୍ଭ ହୋଇଛି କାଦୁଆ ଫିଙ୍ଗା ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେପିିର ରାଷ୍ଟୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଅଖିଳେଶ ଏକ ସାକ୍ଷାତକାରରେ ପ୍ରତିକ୍ରିୟା ରଖିଥିଲେ କି ପାକିସ୍ତାନ ଆମର ପ୍ରକୃତ ଶତ୍ରୃ ନୁହେଁ, ଏବଂ ଭାଜାପା ଭୋଟ ରାଜନୀତି କରି ପାକିସ୍ତାନକୁ ଶ୍ରତ୍ରୃ ବୋଲି ବିବେଚନା କରୁଛି ।

ତେବେ ଏହାକୁ ନେଇ ଅଖିଳେଶକୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୁଖପାତ୍ର ସମ୍ବିତ ପାତ୍ର । ସୋମବାର ଲୌକ୍ଷ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବିତ ପାତ୍ର କହିଛନ୍ତି କି ଅଖିଳେଶଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁଭାର୍ଗ୍ୟଜନକ । ପାକିସ୍ତାନ ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀରର ଯେଉଁ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହେଉଛି ସେମାନେ କଣ ଭାରତୀୟ ନୁହନ୍ତି କି ବୋଲି ସିଧାସଳଖ ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର । ତା ସହ ଅଖିଳେଶଙ୍କ ଭୋଟ ରାଜନୀତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କହିଛନ୍ତି ଯେ ‘ଯୋ ଜିନ୍ନା ସେ କରେ ପ୍ୟାର ବୋ ପାକିସ୍ତାନ ସେ କେସେ ଇନକାର ।

Get real time updates directly on you device, subscribe now.