fbpx

ରାତିରେ ଠିକ୍ ଭାବରେ ନିଦ ହେଉନାହିଁ କି ? ତେବେ ନିଶ୍ଚିତ ଆପଣାନ୍ତୁ ଏହି ଉପାୟ !

ରାତିରେ ନିଦ ନହେବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଆଜିକାଲି ରାତିରେ ଠିକ୍ ଭାବରେ ନିଦ ନହେବାର ବିଭିନ୍ନ କାରଣ ହୋଇଥିବା ସହିତ ଏହା ଏକ ସାଧାରଣ ସମସ୍ୟା ମଧ୍ୟ ହୋଇଗଲାଣି । ଯଦି ଆପଣଙ୍କୁ ନିଦ ଠିକ୍ ଭାବରେ ନହେଉଛି ଆପଣ ଡିପ୍ରେସନର ଶିକାର ଏବଂ ବିଭିନ୍ନ ପ୍ରକାର ନର୍ଭର ଡିସଅର୍ଡର ଶିକାର ହେବାର ସମ୍ଭାବନା ମଧ୍ୟ ରହିଛି । ତା’ସହିତ ଯଦି ଆପଣଙ୍କୁ ଭଲରେ ନିଦ ନହେଉଛି ସ୍ୱାସ୍ଥ୍ୟ ଖରାପ ହେବା ସହିତ ଦିନ ସାରା ଚିଡ଼-ଚିଡ଼ା ମଧ୍ୟ ହେବାକୁ ଲାଗିଥାଏ । ତେବେ ଆସନ୍ତୁ ଜାଣିବା କେତେକ ଘରୋଇ ଉପଚାର ।
. ଜିରା
ଜିରାରେ ଥିବା ନ୍ୟୁଟ୍ରେନି୍ସ ମିନେରାଲ ଆପଣଙ୍କୁ ରାତିରେ ନିଦ କରିବାକୁ ସାହାଯ୍ୟ କରିଥାଏ । ଯୋଉଁଟା ଆପଣଙ୍କୁ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି କରିବା ସହ ଆପଣଙ୍କୁ ମୋଟାରୁ ପତଳା କରେ ଏବଂ ରାତିରେ ନିଦ ହେବାର ସାହାଯ୍ୟ ମଧ୍ୟ କରିଥାଏ । ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଚାମଚ୍ ଜିରା ଏବଂ ସେଥିରେ ଗୋଟିଏ କଦଳୀ ଚୋକଟିକି ରାତି ଶୋଇବାର ଏକ ଘଣ୍ଟା ଆଗରୁ ଖାଉଛନ୍ତି ତାହେଲେ ଆପଣଙ୍କୁ ରାତିରେ ବହୁତ ଭଲ ନିଦ ହୋଇଥାଏ କିନ୍ତୁ ଯଦି ଆପଣ କଦଳୀରେ ଚୋକଟି ଜିରାକୁ ନଖାଇପାରୁଛନ୍ତି ତାହେଲେ ଆପଣ ଜିରାକୁ ଗରମ ପାଣିରେ ମିଶାଇକି ରାତି ଶୋଇବା ପୂର୍ବରୁ ନିଶ୍ଚିତ ପିଅନ୍ତୁ । ଦେଖିବେ ଆପଣଙ୍କୁ ବହୁତ ଭଲ ନିଦ ହୋଇଥାଏ ।
. କଦଳୀ
କଦଳୀରେ ପ୍ରଚୁର ମାତ୍ରାରେ ପୋଟାସିୟମ ରୋହିଛି, ଯେଉଁଟା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ଏଥିରେ ଥିବା କ୍ୟାଲସିୟମ୍ ଏବଂ ଆଇରନ୍ ଆପଣଙ୍କୁ ନିଦ କରାଇବାରେ ସାହାଯ୍ୟ କରେ । ରାତି ଶୋଇବା ପୂର୍ବରୁ ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ ।

. ମେଥି
ଯଦି ଆପଣଙ୍କୁ ହାଲିଆ ଲାଗୁଛି, ରାତିରେ ଠିକସେ ନିଦ ନହେଉଛି ଏବଂ ଆପଣଙ୍କର ଏନଜାଇଟିଭ୍ ମାତ୍ରା ଅଧିକ ଅଛି ତା’ହେଲେ ତାକୁ କମେଇବାରେ ସାହାଯ୍ୟ କରିବା ସହିତ ନର୍ଭ ସମସ୍ୟା ମଧ୍ୟ ଦୂର କରିଥାଏ । ସେଥିପାଇଁକି ଆପଣଙ୍କୁ ୨ଟି ଛୋଟ ଚାମଚ ମେଥି ମଞ୍ଜି ଚୂର୍ଣ୍ଣ କରି ସେଥିରେ ଜୁସ ବାହର କରି ଗୋଟିଏ ଛୋଟ ଚାମଚ ମହୁ ମିଶାଇ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପିଇଲେ ଶରୀରରେ ଥିବା ବିସାକ୍ତ ଦ୍ରବ୍ୟ ଦୂର କରେ ଓ ଭଲ ନିଦ ହୋଇଥାଏ ।
. ଉଷୁମ କ୍ଷୀର
ଉଷୁମ କ୍ଷୀର ପିଅନ୍ତୁ ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଛି ଯେଉଁଟା ଆପଣଙ୍କ ମସ୍ତିସ୍କକୁ ସାନ୍ତ କରିବା, ଶରୀରର ହାଡ଼କୁ ମଜବୁତ କରିବା ଏବଂ ଶରୀରକୁ ଆରାମ ଦେଇଥାଏ । ଗୋଟିଏ ଗ୍ଲାସ ଉଷୁମ କ୍ଷୀରରେ ଗୋଟିଏ ଛୋଟ ଚାମଚ ଡାଲ ଚିନି ମିଶାଇ ପିଇଲେ ଭଲ ନିଦ ମଧ୍ୟ ହୋଇଥାଏ ।

Get real time updates directly on you device, subscribe now.