fbpx

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ଅମ୍ଫନ

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ‘ଅମ୍ଫନ’ ଅତି ଭୀଷଣ ବାତ୍ୟାରେ ପରିଣତ ହେଲାଣି । ଗତ ୬ ଘଣ୍ଟା ଧରି ୫ କିମି ବେଗରେ ବାତ୍ୟା ଗତି କରୁଛି । ପାରାଦୀପ ଠାରୁ ମାତ୍ର ୯୬୦ କିମି ଦୂରରେ ଥିବା ଅମ୍ଫନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବାତ୍ୟାର ରୂପ ନେଇପାରେ । ଧୀର ବେଗରେ ଆସନ୍ତା ୧୨ ଘଣ୍ଟା ଯାଏ ଉତ୍ତର ଦିଗରେ ଗତି କରିବ । ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ବାତ୍ୟା ଅମ୍ଫାନ ଗତି କରିବ । ତେବେ ଅମ୍ଫାନ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ୨୦ ତାରିଖରେ ଦୀଘା ଓ ହାତୀଆ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ମିଳିଛି । ଏହା ପ୍ରଭାବରେ ରାଜ୍ୟର ଆସନ୍ତାକାଲିଠାରୁ ବର୍ଷା ଓ ପବନ ବହିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.