fbpx
BJD SKY
BJD SKY

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇବେ କ୍ୟାପିଟାଲ୍‌ ଫାଉଣ୍ଡେସନ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ସମ୍ମାନ, ୪ରେ ସମ୍ମାନ ପ୍ରଦାନ ସମାରୋହ

BJD

ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ୍) : ଓଡ଼ିଶାର ବିକାଶ ପୁରୁଷ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ କ୍ୟାପିଟାଲ୍‌ ଫାଉଣ୍ଡେସନ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ସମ୍ମାନ । ଆସନ୍ତା ସେପ୍ଟେମ୍ବର ୪ ତାରିଖ ପୂର୍ବାହ୍ଣ ୧୧ଟା ୩୦ରେ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମ୍‌ରେ ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନ୍ନା ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିବେ । ଏହି ସମାରୋହରେ ଜଷ୍ଟିସ ଏ.କେ.ପଟ୍ଟନାୟକ ଉପସ୍ଥିତ ରହିବେ ।

ଶ୍ରୀ ପଟ୍ଟନାୟକଙ୍କୁ ଓଡ଼ିଶାର ପ୍ରଗତି, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ । ୧୯୮୭ ମସିହାରେ କ୍ୟାପିଟାଲ୍‌ ଫାଉଣ୍ଡେସନ ସୋସାଇଟି ଗଠନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ୨୫୦ରୁ ଅଧିକ କାର୍ଯ୍ୟକ୍ରମ ଏହି ଅନୁଷ୍ଠାନ ଦ୍ୱାରା ସମାପିତ ହୋଇଛି । ବିଶିଷ୍ଟ ପାର୍ଲାମେଣ୍ଟରିଆନ, ବୁଦ୍ଧିଜୀବୀ, ବିଚାରପତି, ଡିପ୍ଲୋମାଟ, ସାମ୍ବାଦିକ ଏହି ସଂସ୍ଥାରେ ସାମିଲ ହୋଇ ସେମାନଙ୍କ ମତାମତ ଉପସ୍ଥାପନ କରୁଛନ୍ତି । ଏହାର ଗଭର୍ଣ୍ଣିଂ ବଡିରେ ସୁପ୍ରିମ୍‌କୋର୍ଟର ବିଚାରପତି, କ୍ୟାବିନେଟ୍‌ ମନ୍ତ୍ରୀ, ବରିଷ୍ଠ ରାଜନେତା, ସାମାଜିକ କର୍ମକର୍ତ୍ତା, ପୋଲିସ ମୁଖ୍ୟ ପ୍ରମୁଖ ସାମିଲ ରହିଛନ୍ତି ।

ଅତୀତରେ ଏହି ପ୍ରତିଷ୍ଠାନ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ.ଗୁଜରାଲ, ବରିଷ୍ଠ ଆଇନଜୀବୀ ରାମଜେଠା ମାଲିନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ, ପୂର୍ବତନ ପ୍ରଧାନ ବିଚାରପତି ଏନ୍‌.ଭି.ରମନ୍ନା ପ୍ରମୁଖଙ୍କୁ ସମ୍ମାନୀତ କରିସାରିଛି । ଏହି ଅବସରରେପୂର୍ବତନ ପ୍ରଧାନ ବିଚାରପତି ଏନ୍‌.ଭି.ରମନ୍ନା ତାଙ୍କର ‘ମାଇ ଏକ୍ସପେରିଏନ୍ସ ଇନ୍‌ ଇଣ୍ଡିଆନ ଜୁଡିସିଆରୀ’ ଉପରେ ଭାବଗର୍ଭକ ବକ୍ତବ୍ୟ ରଖିବେ । ପୂର୍ବରୁ ମହାମହିମ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ଜଷ୍ଟିସ ପି.ବି.ସାୱନ୍ତ, ଆଟର୍ଣ୍ଣି ଜେନେରାଲ କେ.କେ.ଭେନୁଗୋପାଳ, ପୂର୍ବତନ ରାଷ୍ଟ୍ର ତି ଏ.ପି.ଜେ ଅବଦୁଲ କଲାମ, ମହାମହିମ ଉପରାଷ୍ଟ୍ରତି ହମିଦ ଆନସାରୀ ପ୍ରମୁଖ ସେମାନଙ୍କ ଅଭିବ୍ୟକ୍ତି ପ୍ରଦାନ କରିସାରିଛନ୍ତି ।

Get real time updates directly on you device, subscribe now.