Breaking- କ୍ୟାପିଟାଲ ହସ୍ପିଟାଲ ଡାଏଲୋସିସ ସିଟିଂକୁ ୩ରୁ ବଢାଇ ୪ କରାଯିବ: ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର- କ୍ୟାପିଟାଲ ହସ୍ପିଟାଲ ଉପରେ ରାଜଧାନୀର ଲୋକଙ୍କ ସହ ଆଖପାଖ ଜିଲ୍ଲା ନିର୍ଭରଶୀଳ । କଟକ ଏସସିବି ହସ୍ପିଟାଲ ପରେ ପରେ ଆସୁଛି କ୍ୟାପିଟାଲ ହସ୍ପିଟାଲର ବିଶ୍ୱସନୀୟତା । ଏହି ହସ୍ପିଟାଲ ସବୁ ସମୟରେ ରୋଗୀଙ୍କୁ ନେଇ ଭରାପଡିଥାଏ । ତେବେ ଗୁରୁତର ରୋଗୀ ଅଧିକ ହେଲେ ସେମାନଙ୍କୁ ବାଧ୍ୟ ହୋଇ କଟକ ବଡ ମେଡିକାଲକୁ ପଠାଯାଏ । ଏହାକୁ ନେଇ ଏକ ବଡ ପଦକ୍ଷେପ ନିଆହେବାକୁ ଯାଉଛି । କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବେଡ ସଂଖ୍ୟାକୁ ବଢାଯିବ । ଏହାକୁ ୪୦ କରିବାକୁ ନିଷ୍ପତ୍ତି ହୋଇଛି ।

କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମିତିର ଅଧ୍ୟକ୍ଷା ହେଉଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବୈଠକର ନିଷ୍ପତ୍ତିକୁ ନେଇ ଅପରାଜିତା କହିଛନ୍ତି କି ଖୁବଶୀଘ୍ର ହସ୍ପିଟାଲର ଆଇସିୟୁ ବେଡ ସଂଖ୍ୟାକୁ ୪୦ କରାଯିବ । ବର୍ତ୍ତମାନ ହସ୍ପିଟାଲର ବେଡ ସଂଖ୍ୟା ୧୬ ରହିଛି ।

ସେହିପରି ଏହି ହସ୍ପିଟାଲକୁ ବହୁ ଡାଏଲେସିସ ରୋଗୀ ଆସୁଛନ୍ତି । ପ୍ରତି ମାସରେ ହସ୍ପିଟାଲକୁ ୧୪୩୨ ଡାଏଲୋସିସ କେସ ଆସୁଛି, ଯାହାକୁ ତିନୋଟି ସିଟିଂରେ କରାଯାଉଛି । ତେବେ ଏହାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଡାଏଲୋସିସ ସିଟିଂକୁ ୩ରୁ ବଢାଇ ଚାରି କରାଯିବ ବୋଲି କହିଛନ୍ତି ସାଂସଦ । ଏହି ସବୁ କାମକୁ ଖୁବ ଶୀଘ୍ର କରାଯିବ ।