fbpx

କ୍ୟାପିଟାଲ ହସ୍ପିଟାଲରେ ବହିର୍ବିଭାଗ ଚିକିତ୍ସା ପାଇଁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍‌ପିଟାଲ୍‌ରେ ପ୍ରତିଦିନ ହଜାର ହଜାର ଲୋକେ ବହିର୍ବିଭାଗରେ ପଞ୍ଜିକରଣ କରି ଚିକିତ୍ସା କରିଥାନ୍ତି । ତେବେ ଏହି ସେବାକୁ ଅହୁରି ଟିକିଏ ସୁବିଧାଜନକ କରିବା ପାଇଁ ଏବେ ଅନଲଇନ୍ ପଞ୍ଜିକରଣ ସୁବିଧା ଆରମ୍ଭ ହୋଇଛି । ଲୋକେ ଏବେ ମେଡିକାଲ ଆସିବା ପୁର୍ବରୁ ନିଜର ନାମ ପଞ୍ଜିକରଣ କରି ଆସିବେ । ଯାହା ଦ୍ୱାରା ସେମାନଙ୍କୁ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିବ ନାହିଁ ।କ୍ୟପିଟାଲ୍ ହସ୍ପିଟାଲର ବହିର୍ବିଭାଗ (ଅପରାହ୍ନ) ଚିକିତ୍ସା ପାଇଁ ୯ ତାରିଖରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହେଉଛି।

ପ୍ରତିଦିନ ରାତ୍ରି ୧୨ ଘଟିକାରୁ ଦିନ ୩ଟା ମଧ୍ୟରେ ପଞ୍ଜିକରଣ କରିହେବ । ତେବେ ଏହି ସେବା କେବଳ ଅପରାହ୍ନ ସମୟରେ ବହିର୍ବିଭାଗ ଚିକିତ୍ସା ପାଇଁ ଆରମ୍ଭ ହୋଇଛି । ଅର୍ଥାତ୍ ଦିନ ୩ଟାରୁ ୫ଟା ମଧ୍ୟରେ ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିଥିବା ଲୋକେ ସେମାନଙ୍କର ଚିକିତ୍ସା କରାଇ ପାରିବେ ।

କିପରି କରିବେ ପଞ୍ଜିକରଣ:

1. କମ୍ପୁଟର କିମ୍ବା ମୋବାଇଲ ଫୋନରେ https://eswasthya.odisha.gov.in ୱେବସାଇଟ ଖୋଲନ୍ତୁ।
2.ଏହାପରେ ”Online Registration” ଉପରେ କ୍ଲିକ କରନ୍ତୁ।
3. ଯଦି ଆପଣ ପୂର୍ବରୁ କେବେ ଅନଲାଇନ ପଞ୍ଜିକରଣ କରିଛନ୍ତି ତେବେ ”Do you have Central Registration Number” ଉପରେ କ୍ଲିକ କରନ୍ତୁ, ନଚେତ ”New Registration” ଉପରେ କ୍ଲିକ କରନ୍ତୁ।
4.ଏହାପରେ ହସ୍ପିଟାଲର ନାମ, କେଉଁ ବିଭାଗରେ ଚିକିତ୍ସା ଚାହୁଁଛନ୍ତି ଓ କେଉଁ ତାରିଖରେ ଚୟନ କରନ୍ତୁ ଓ କ୍ଲିକ କରନ୍ତୁ।
5.ତା’ପରେ ଆପଣଙ୍କ ନାମ, ବୟସ, ଠିକଣା ଆଦି ପୁରାଣ କରନ୍ତୁ ଏବଂ ”Register” ଉପରେ କ୍ଲିକ କରନ୍ତୁ। ବର୍ତ୍ତମାନ ଆପଣଙ୍କ ପାଇଁ ଉଦ୍ଦିଷ୍ଟ ଆପୋଣ୍ଟମେଣ୍ଟ ସ୍ଲିପ ଏବଂ ପ୍ରିଣ୍ଟ ଅପସନ ସ୍କ୍ରିନରେ ଆସିଯିବ।
6.ଆପୋଣ୍ଟମେଣ୍ଟ ସ୍ଲିପ’ର ଗୋଟିଏ ପ୍ରିଣ୍ଟ ବାହାର କରି ଆପଣ ଉଦ୍ଦିଷ୍ଟ ତାରିଖ ଓ ସମୟରେ ଚିକିତ୍ସା ପାଇଁ ଯାଇପାରିବେ। ଯଦି ଆପଣଙ୍କ ପାଖରେ ପ୍ରିଣ୍ଟର ସୁବିଧା ନାହିଁ ତେବେ ଆପଣଙ୍କ ”QR Code” କୁ ମୋବାଇଲରେ ସ୍କାନିଂ କରି ନେଇଯାଆନ୍ତୁ ଓ ହସ୍ପିଟାଲରେ ଥିବା କିଓସ୍କ ମେସିନରେ ପ୍ରିଣ୍ଟ ବାହାର କରନ୍ତୁ।
7.ସମ୍ପୃକ୍ତ ବିଭାଗରେ ଚିକିତ୍ସା ପାଇଁ ଆପଣଙ୍କୁ ଆପୋଣ୍ଟମେଣ୍ଟ ସ୍ଲିପ ସହ ବହିର୍ବିଭାଗ ବନ୍ଦ ହେବାର ଅନ୍ତତଃ ୧ ଘଣ୍ଟା ପୂର୍ବରୁ ପହଂଚିବାକୁ ହେବ।

Get real time updates directly on you device, subscribe now.