fbpx

New Anatomical Structure ଆବିଷ୍କାର କଲେ ବୈଜ୍ଞାନିକ: ବ୍ରେନର ଆଘାତ, ପ୍ରତିରୋଧୀ ସିଷ୍ଟମ, ବର୍ଜ୍ୟବସ୍ତୁ ପରିଚାଳନା, ଅନେକ ରୋଗ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ହେଉଛି ଏକ ଦୁର୍ଲ୍ଲଭ ଜୀବ । ବୈଜ୍ଞନିକମାନେ ମଣିଷର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ନେଇ ସର୍ବଦା ରିସର୍ଚ୍ଚ ଜାରି ରଖିଛନ୍ତି । ଏ ବାବଦରେ ଅନେକ ସମୟରେ ନୂଆ ନୂଆ ତଥ୍ୟର ମଧ୍ୟ ପର୍ଦ୍ଦାଫାସ ହୋଇଥାଏ । ତେବେ ନିକଟରେ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ବ୍ରେନରେ ଏକ ନୂଆ ଆନାଟୋମିକାଲ ଷ୍ଟ୍ରକଚରର ଆବିଷ୍କାର କରିଛନ୍ତି ରିସର୍ଚ୍ଚ ଟିମ୍ ।

ତେବେ ନିକଟରେ ବୈଜ୍ଞାନିକମାନେ ଆବିଷ୍କାର କରିଥିବା ଆନାଟାମିକାଲ ଷ୍ଟ୍ରକଚର ବିଷୟରେ ପୂର୍ବରୁ କେବେ ବି ବର୍ଣ୍ଣନା କରାଯାଇ ନଥିଲା । ଏ ବାବଦରେ ପ୍ରଥମ ଥର ପାଇଁ କିଛି ତଥ୍ୟ ମିଳିଛି । ବ୍ରେନ ଟିସୁରେ ଥିବା ଏହି ସ୍ତରକୁ ସବାରକ୍ନୋଏଡ ଲିମ୍ଫାଟିକ୍-ଲାଇକ୍ ମେମ୍ବ୍ରାନ୍ସ (ଏସଏଲୱାଇଏମ) କୁହାଯାଇଥାଏ । ଏହା ବ୍ରେନର ବର୍ଜ୍ୟବସ୍ତୁ ପରିଚାଳନା କରିବା ସହିତ ପ୍ରତିରକ୍ଷା ସିଷ୍ଟମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥିସହିତ ଏହା ରୋଗପ୍ରତିରୋଧୀ କୋଷଗୁଡ଼ିକ କ୍ଷେତ୍ରରେ ଏକ ସୁରକ୍ଷା ପ୍ରତିବନ୍ଧକର ଭୂମିକା ନିର୍ବାହ କରିଥାଏ ।

ତେବେ ନୂଆକରି ଆବିଷ୍କୃତ ହୋଇଥିବା ମେମ୍ବ୍ରାନ୍ସକୁ ପ୍ରଥମେ ମୂଷାଠାରେ ଦେଖାଯାଇଥିଲା । ମାତ୍ର ପରେ ଏହା ବୟସ୍କ ମଣିଷର ମସ୍ତିଷ୍କରେ ପରିଲକ୍ଷିତ ହୋଇଥିଲା । ମଣିଷର ବ୍ରେନ ଓ ଖପୁରୀ ମଧ୍ୟରେ ରହିଥିବା ଏପରି ଚାରିଟି ମେମ୍ବ୍ରାନ୍ସ ମଧ୍ୟରୁ ଗୋଟିଏ ହେଉଛି କିଛି ପତଳା କୋଷ । ଅନ୍ୟ ତିନୋଟି ଡୁରା, ଆରାକ୍ନୋଏଡ ଓ ପିଆ ମେଟର ମେମ୍ବ୍ରାନ୍ସ ମେନିଙ୍ଗିଲ ଲେୟାରରେ ଏକତ୍ର ରହିଥାନ୍ତି । ଗ୍ଲିମ୍ଫାଟିକ ସିଷ୍ଟମ ନାମକ ଏକ ନେଟୱାର୍କ ଦ୍ୱାରା ବ୍ରେନରୁ ବର୍ଜ୍ୟବସ୍ତୁ ସବୁ ନିର୍ଗତ ହୋଇଥାଏ ।

Get real time updates directly on you device, subscribe now.