fbpx

Video: ଶାଢୀ ରେ ହକି ବିଶ୍ୱକପ୍‌ର ଝଲକ, ସମସ୍ତ ଖେଳାଳିଙ୍କୁ ଶେୁଭଚ୍ଛା ଜଣୋଇଲ ଚିତ୍ରଶିଳ୍ପୀ

ପୁରୀ: ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ ୨୦୨୩ । ଯାହାକି ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରିବାଉଦ୍ଦେଶ୍ୟର ପୁରୀ ଜିଲ୍ଲା ଚନ୍ଦନ ପୁର ଅଙ୍କିଆ ଗ୍ରାମର ଚିତ୍ରଶିଳ୍ପୀ ଦିବ୍ୟଜ୍ୟୋତି ମାର୍ଥା ଏକ ଶାଢ଼ୀରେ ବିଶ୍ୱକପର ଚିତ୍ର ଏବଂ ଓଲି ମାସ୍କ ଚିତ୍ର ଆଙ୍କି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇବା ସହ ସମସ୍ତ ଖେଳାଳିଙ୍କୁ ଶେୁଭଚ୍ଛା ଜଣାଇଛନ୍ତି । ତେବେ ତାଙ୍କର ଏହି କଳାକୃତି ଖୁବ ଆକଷର୍ଣୀୟ ହୋଇଛି । ଏହା ସହ ଓଡିଶାର ହସ୍ତତନ୍ତର ମଧ୍ୟ ପ୍ରଚାର ପ୍ରସାର ହୋଇପାରିବ ।

ଏହି ଶାଢ଼ୀ ପ୍ରସ୍ତୁତ କରିବାକୁ ତାଙ୍କୁ ୪ ଦିନ ସମୟ ଲାଗିଥିଲା। ଭିଜୁଆଲ ଆର୍ଟରେ ସ୍ନାତକ ହାସଲ କରିଥିବା ଦିବ୍ୟଜ୍ୟୋତି ପୂର୍ବରୁ ମଧ୍ୟ ନିଜର କଳାକୃତି ପାଇଁ ଚର୍ଚ୍ଚାରେ ରହିଛନ୍ତି। ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀଙ୍କ ତୈଳ ଚିତ୍ର ଆଙ୍କିବା ସହ ସେମାନଙ୍କୁ ସାକ୍ଷାତ କରି ଏହି ତୈଳ ଚିତ୍ର ପ୍ରଦାନ କରିଛନ୍ତି। ଚିତ୍ର ଆଙ୍କିବାର ନିଶାକୁ ସେ ଏବେ ପେସାରେ ପରିଣତ କରିଛନ୍ତି।

ପୂର୍ବରୁ ମଧ୍ୟ ସେ ପାଟ ଶାଢୀରେ କୃଷ୍ଣ ଲୀଳା, ଖୁଦୁରୁକୁଣୀ, ବ୍ରତର ଉପାଖ୍ୟାନ, ରଜ ମହୋତ୍ସବ ଭଳି ବିଭିନ୍ନ ବିଷୟ ବସ୍ତୁ ବର୍ଣ୍ଣନା କରିଛନ୍ତି। ହକି ମୈଦାନରେ ତାଙ୍କର ଏହି ଶାଢ଼ୀ ପହଞ୍ଚି ପାରିଲେ ତାଙ୍କର ଶ୍ରମ ସାର୍ଥକ ହୋଇପାରନ୍ତା ବୋଲି ଦିବ୍ୟଜ୍ୟୋତି କହିଛନ୍ତି।

Get real time updates directly on you device, subscribe now.