fbpx

‘ତାରକ ମେହେତା କା ଓଲଟା ଚଷମା’ର କମିଲା TRP; ୧୪ ବର୍ଷ ପରେ ବନ୍ଦ ହେବାକୁ ଯାଉଛି ସିରିୟଲ

ଲୋକପ୍ରିୟ ଟିଭି ସିରିୟଲ ‘ତାରକ ମେହେତା କା ଓଲଟା ଚଷମା’କୁ ନେଇ ବର୍ତ୍ତମାନ କେ ବଡ ଖବର ସାମ୍ନାକୁ ଆସିଛି । ଯାହାକି ତାର ପ୍ରସଶଂକମାନଙ୍କୁ ଶକ୍ତ ଝଟକା ଦେଇଛି । ତେବେ କୁହାଯାଉଛି ଯେ ଖୁବ୍ ଶୀଘ୍ର ତାରକ ମେହେତା କା ଓଲଟା ଚଷମା ସିରିୟଲ ବନ୍ଦ ହେବାକୁ ଯାଉଛି । ଫଳରେ ଏହି ସିରିୟଲରୁ ଅନେକ କଳାକାରଙ୍କୁ ବହିଷ୍କାର କରାଯାଇଛି । ଏଥିସହିତ ନିକଟରେ ଶୋ’ର ନିର୍ଦ୍ଦେଶକ ମଲାଭ ରାଜଦା ମଧ୍ୟ ଏହି ଶୋ ’ଛାଡି ଦେଇଛନ୍ତି ।

ମଲାଭ ରାଜଦା ସିରିୟଲ ଛାଡିବା ପରଠାରୁ ଶୋ’ ବିଷୟରେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା କରାଯାଉଛି। ଏବେ ଆଲୋଚନା ହୋଇଛି ଯେ ୧୪ ବର୍ଷ ଧରି ଚାଲିଥିବା ଏହି ଶୋ ବନ୍ଦ ହେବାକୁ ଯାଉଛି । ଏତତ୍ ବ୍ୟତୀତ ଶୋ’ର ଟିଆରପିରେ ବହୁତ ହ୍ରାସ ଘଟିଛି । ଯାହାଫଳରେ ଟିଆରପି ଉପରେ ନିର୍ଭର ଥିବା ଏହି ସୋ ବର୍ତ୍ତମାନ ତାର ଲୋକପ୍ରିୟତା ହରାଉଛି । ଯାହାଫଳରେ ଏହି ସିରିୟଲ ବନ୍ଦ ହୋଇଯିବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷେ ଶୋ’ର ବନ୍ଦ ଏବଂ ଟିଆରପି କମିଯିବା ନେଇ ମାଲାଭଙ୍କ ପତ୍ନୀ ପ୍ରିୟା ଅହୁଜା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସୋ’ର ଗୁଣରେ କୌଣସି ହ୍ରାସ ଘଟିନାହିଁ। ଆଜିବି ଲୋକେ ତାରକ ମେହେତା କା ଓଲଟା ଚଷମା ସିରିୟଲକୁ ଖୁବ ପସନ୍ଦ କରୁଛନ୍ତି ।ଏଥିସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଟିଆରପି କିଛି ମୁଥ୍ୟ ଜିନିଷ ନୁହେଁ ଏହା ସର୍ବତା ଉପର ତଳ ହେଉଥାଏ । ଏହାର ଅର୍ଥ ନୁହେଁ ଶୋ ବନ୍ଦ ହେବାକୁ ଯାଉଛି । ଏହା ଏକ ଗୁଜବ ଅଟେ । ତେଣୁ ଏହିଶୋ କୁ ନେଇ ଏପରି କିଛି ଭାବନ୍ତୁ ନାହିଁ ଏପରି ଗୁଜବ ଉଠାନ୍ତୁ ନାହିଁ ।

Get real time updates directly on you device, subscribe now.